ଓଡିଶା

odisha

ETV Bharat / state

ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୋଲିସ

ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ । ଏହି ବାଇକ ଲୁଟେରା ଗ୍ୟାଙ୍ଗର 3ଜଣଙ୍କୁ ଗିରଫ କରିବା ସହ 10 ବାଇକ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

By

Published : Feb 1, 2022, 6:06 PM IST

burla police arrested bike rubbery gang
ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୋଲିସ

ସମ୍ବଲପୁର: ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ । ଏହି ବାଇକ ଲୁଟେରା ଗ୍ୟାଙ୍ଗର 3ଜଣଙ୍କୁ ଗିରଫ କରିବା ସହ 10 ବାଇକ ଜବତ କରିଛି ପୋଲିସ । ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢି ପଦର ଗାଁର ।

ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୋଲିସ

ଏହି ତିନି ଅଭିଯୁକ୍ତ ହେଲେ ବିକାଶ ବସ୍ତିଆ, ପ୍ରୀତମ ସାହୁ ଓ ଆଶିଷ ପ୍ରଧାନ । ସେହିପରି ଏମାନଙ୍କ ନିକଟରୁ 10ଟି ବାଇକ ସହ 3ଟି ମୋବାଇଲ ଜବତ କରିଛି ବୁର୍ଲା ପୋଲିସ । ଏହି ବାଇକ ଲୁଟେରା ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବାଇକ ଚୋରି ରାକେଟ ଚଳାଇଥିଲେ ।

ତେବେ ବୁର୍ଲା ଭୀମସାର ଗେଟ ସମ୍ମୁଖରୁ ଗିରିଧାରୀ ବାଗଙ୍କ ବାଇକ ଚୋରି ହେବା ପରେ ଏନେଇ ସେ ବୁର୍ଲା ଥାନାରେ ଏତଲା କରିଥିଲେ । ଏହାକୁ ଆଧାର କରି ପୋଲିସ ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details