ସମ୍ବଲପୁର: ଟୋକିଓ ଅଲମ୍ପିକ 2021 ରେ ସ୍ଥାନ ପାଇଲା ସମ୍ବଲପୁର ଚିତ୍ରଶିଳ୍ପୀଙ୍କ 7 ଟି ଚିତ୍ରକଳା । ଏଗୁଡ଼ିକୁ ସେଠାରେ ଭର୍ଚୁଆଲ ମୋଡ଼ରେ ପ୍ରଦର୍ଶିତ କରାଯାଉଛି। ଟୋକିଓରେ ଅନୁଷ୍ଠିତ ଅଲମ୍ପିକରେ ପ୍ରଦର୍ଶିତ ହେଉଛି ସମ୍ବଲପୁର ଚିତ୍ରଶିଳ୍ପୀଙ୍କର ଏହି 7 ଟି ବିଶେଷ ଚିତ୍ରକଳା। ସାରା ଭାରତରୁ 72 ଟି ଚିତ୍ରକଳା କୁ ଚୟନ କରାଯାଇ ଟୋକିଓ ଅଲମ୍ପିକରେ ପ୍ରଦର୍ଶିତ କରାଯାଉଥିବା ବେଳେ ଓଡ଼ିଶାର 32 ଟି ଚିତ୍ରକଳାକୁ ମିଳିଛି ସ୍ବୀକୃତି। ସେ ଭିତରେ ସମ୍ବଲପୁରର 7 ଟି ଚିତ୍ରକଳା ଭର୍ଟୁଆଲ ମୋଡରେ ପ୍ରତିଦିନ ପ୍ରଦର୍ଶିତ କରାଯାଉଛି।
ଆନ୍ତର୍ଜାତିକ କ୍ଷେତ୍ରରରେ ସମ୍ବଲପୁର ପାଇଁ ଗୌରବ -ଆଣିଛନ୍ତି ଏହି 7 ଜଣ ଚିତ୍ରଶିଳ୍ପୀ। ଇଣ୍ଡିଆନ କଣ୍ଟେମ୍ପ୍ରରୋରୀ ଆର୍ଟିଷ୍ଟ ଏସୋସିଏସନର 72 ଜଣ ପ୍ରତିଯୋଗୀଙ୍କ କଳାକୃତିକୁ ଭର୍ଚୁଆଲ ମୋଡରେ ପ୍ରଦର୍ଶନ କରିବା ପାଇଁ ଚୟନ କରିଛି ଅଲିମ୍ପିଆ 2021 । ଏହା ମଧ୍ୟରେ ସମ୍ବଲପୁରର 7 ଜଣ ଚିତ୍ରଶିଳ୍ପୀ ଙ୍କର ଚିତ୍ର ଭର୍ଚୁଆଲ ମୋଡରେ ପ୍ରଦର୍ଶିତ ହେଉଥିବାରୁ କଳାକାର ମାନେ ଖୁସି ବ୍ୟକ୍ତ କରିଛନ୍ତି। ଜୁଲାଇ 23 ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୁମ୍ଭରେ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମୋଡ଼ରେ ଏହା ପ୍ରଦର୍ଶିତ ହେବ ।