ଓଡିଶା

odisha

ETV Bharat / state

ସମ୍ବଲପୁର ମର୍ଡର ମିଷ୍ଟ୍ରି, ମିଳିଲା 8ବର୍ଷ ପୁରୁଣା ମୃତଦେହର ହାଡ଼ କଙ୍କାଳ

ସମ୍ବଲପୁର ମର୍ଡର ମିଷ୍ଟ୍ରି ରେ ନୂଆ ଟ୍ବିଷ୍ଟ । 8 ବର୍ଷ ପୁରୁଣା ମର୍ଡର କେସର ରହସ୍ୟ ଉନ୍ମୋଚିତ । ମାଟି ତଳୁ ଉଦ୍ଧାର ହେଲା ହାଡ଼ କଙ୍କାଳ । ତେବେ ମା ପାଇଁ ନ୍ୟାୟ ମାଗି ଜୀବନ ଯୁଦ୍ଧରେ ଏକାକୀ ସଂଘର୍ଷ କରି ସଫଳ ହୋଇଛି ଝିଅ ।

By

Published : Jul 26, 2019, 9:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ମର୍ଡର ମିଷ୍ଟ୍ରି ରେ ନୂଆ ଟ୍ବିଷ୍ଟ । ଶେଷରେ 8 ବର୍ଷ ପୁରୁଣା ମର୍ଡର କେସର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଧାର ଟଙ୍କା ମାଗିବାରୁ ଜଣେ ସମ୍ପର୍କୀୟକୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ପୋଲିସ ସମ୍ବଲପୁର ବଡ ସିଂହାରି ଗାଁ ପାଖ ଜଙ୍ଗଲରୁ ଜେସି ବି ସାହାଯ୍ୟରେ ମାଟି ଖୋଳି କିଛି ହାଡ଼ କଙ୍କାଳର ଅଂଶବିଶେଷ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ଖବର ଅନୁଯାୟୀ, ସମ୍ବଲପୁର ନନ୍ଦାପଡାର ଜୟଶ୍ରୀ ମିଶ୍ର 2011ରୁ ନିଖୋଜ ଥିଲେ । ତେବେ 8 ବର୍ଷ ପରେ ତାଙ୍କ ଝିଅ ଏହା ଏକ ହତ୍ୟାକାଣ୍ଡ ବୋଲି କହି ଡିଜିଙ୍କୁ ଲିଖିତ ଭାବେ ଜଣାଇବା ପରେ ଗତ କିଛି ଦିନ ତଳେ ଗିରଫ ହୋଇଥିଲା ଅଭିଯୁକ୍ତ । ତେବେ ଅଭିଯୁକ୍ତ ଶବକୁ ପୋତି ଦେଇଥିବାରୁ ସମ୍ବଲପୁର ପୋଲିସ ଶବର ସନ୍ଧାନରେ ଥିଲା । ଆଜି ସମ୍ବଲପୁର ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଳି କିଛି କଙ୍କାଳ ଅଂଶ ସଂଗ୍ରହ କରିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ପୋଲିସର ଅବହେଳା ସତ୍ତ୍ବେ ମୃତକଙ୍କ ଝିଅ ବିଜୟିନୀ ମିଶ୍ର ନିଜର ମାଙ୍କୁ ନ୍ୟାୟ ଦେବା ପାଇଁ 8 ବର୍ଷ ସଂଘର୍ଷ କରି ଏବେ ଅଭିଯୁକ୍ତକୁ ଜେଲ ପଠାଇଛନ୍ତି । ମୃତ ଜୟଶ୍ରୀଙ୍କ ଝିଅ ଯିଏ ବର୍ତ୍ତମାନ ଜେଏନୟୁରେ ପାଠ ପଢ଼ୁଛନ୍ତି । ସେ ଡିଜିଙ୍କୁ ଅଭିଯୋଗ କରିବା ସହ ଆରଟିଆଇରେ ତଥ୍ୟ ମାଗିବା ପରେ ପୋଲିସ ତନା ଘନା ଆରମ୍ଭ କରିଥିଲା । ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜ ମୃତ ମାଙ୍କ ଉପରେ ଲାଗିଥିବା ଚରିତ୍ରହୀନତାର ଦାଗକୁ ଧୋଇଦେବା ପାଇଁ ବିଜୟିନୀ ଏକାକୀ ସଂଘର୍ଷ କରି ସଫଳ ହୋଇପାରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details