ଓଡିଶା

odisha

ETV Bharat / state

ବେଆଇନ ପାଉଁଶ ଗଦା ମାମଲା, ଏନଜିଟିକୁ ରିପୋର୍ଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ - NGT

ବାବୁ ଚକୁଳି ଗାଁ ମେନକା ପଡାର ଜଙ୍ଗଲ ଜମିରେ ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ କଂପାନୀ ନାଁରେ ବେଆଇନ ଭାବେ ପାଉଁଶ ଗଦେଇବା ଅଭିଯୋଗ ହୋଇଥିଲା । ପରେ ଏନେଇ ଏନଜିଟିକୁ ରିପୋର୍ଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Aug 6, 2019, 11:56 PM IST

ସମ୍ବଲପୁର: ବେଆଇନ ପାଉଁଶ ଗଦା ଘଟଣାରେ ଏନଜିଟିକୁ ରିପୋର୍ଟ ଦେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାର ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ କଂପାନୀ ବେଆଇନ ଭାବେ ପାଉଁଶ ଗଦା କରିବା ନେଇ ଏନଜିଟିରେ ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ବେଆଇନ ପାଉଁଶ ଗଦା ଅଭିଯୋଗ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏନଜିଟିକୁ ଜଏଣ୍ଟ କମିଟି ରିପୋର୍ଟ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ବାବୁ ଚକୁଳି ଗାଁ ମେନକା ପଡାର ଜଙ୍ଗଲ ଜମିରେ ଏହି କମ୍ପାନୀ 7 ଟି ସ୍ଥାନରେ ବେଆଇନ ପାଉଁଶ ଗଦା କରିଥିବା ଏନଜିଟିରେ ଅଭିଯୋଗ ହୋଇଥିଲା ।

ଏହି କ୍ରମରେ ଏନଜିଟିର ନିର୍ଦ୍ଦେଶାନୁସାରେ ଗତ 2ତାରିଖରେ ଜିଲ୍ଲା ପ୍ରଶାସନର ଏକ ଜଏଣ୍ଟ କମିଟି ଘଟଣା ସ୍ଥଳ ପରିଦର୍ଶନ କରିଥିଲା । ଏହାପରେ ଏକ ରିର୍ପୋଟ ପ୍ରସ୍ତୁତ କରି ଏନଜିଟିକୁ ପ୍ରଦାନ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details