ସମ୍ବଲପୁର: ଉଦଘାଟନ ହେବ ସମ୍ବଲପୁରର ଫ୍ଲାଏ ଓଭର ବ୍ରିଜ । ଆସନ୍ତାକାଲି ସମ୍ବଲପୁର ସହରର ନବନିର୍ମିତ ଫ୍ଲାଏ ଓଭର ଉଦଘାଟନ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ତେବେ 2016 ମସିହାରେ ଆରମ୍ଭ ହୋଇଥିବା ଏହି ଫ୍ଲାଏ ଓଭର ଉଦଘାଟନ ହେବାକୁ ଦୀର୍ଘ 6 ବର୍ଷ ଲାଗିଗଲା । ବିଭିନ୍ନ ବାଦ ବିବାଦ ଦେଇ ଶେଷରେ ଏହି ବ୍ରିଜଟି ଆସନ୍ତା କାଲି ଉଦଘାଟନ ହେବାକୁ ଯାଉଛି ବୋଲି ସୂଚନା ମିଳିଛି ।
ଆସନ୍ତାକାଲି ଉଦଘାଟନ ହେବ ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ବ୍ରିଜ ସମ୍ବଲପୁରର ଫ୍ଲାଏ ଓଭର ବ୍ରିଜ ସମ୍ବଲପୁର ସହରର ଧୁତୁରାପଡାରୁ କଚେରୀ ଛକ ପର୍ଯ୍ୟନ୍ତ ଏହା ତିଆରି ହୋଇଛି । 2016 ମସିହାରେ ଆରମ୍ଭ ହୋଇଥିବା ଏହି ବ୍ରିଜର ବ୍ୟୟ ଅଟକଳ ପ୍ରାୟ 118 କୋଟି ରହିଛି । ମୂଳ ଡିଜାଇନରୁ ଏହାକୁ 3 ଥର ପରିବର୍ତ୍ତନ ହୋଇଛି । ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ଉଭୟ ପାର୍ଶ୍ଵରେ ଥିବା ସର୍ଭିସ ରୋଡ କେତେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇନଥିବାରୁ ଏହାର ଉଦଘାଟନକୁ ନେଇ ଜନ ସାଧରଣଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆସନ୍ତାକାଲି ଉଦଘାଟନ ହେବ ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ବ୍ରିଜ ଆସନ୍ତାକାଲି ଉଦଘାଟନ ହେବ ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର ବ୍ରିଜ କିଛି ଲୋକ ଏହାର ଉଦଘାଟନକୁ ସ୍ୱାଗତ କରୁଥିବା ବେଳେ ଏତେ ବିଳମ୍ବରେ ଉଦଘାଟନ ହେଉଥିବାରୁ ଏହାକୁ କିଛି ଲୋକ ନାପସନ୍ଦ କରିଛନ୍ତି । ସମ୍ବଲପୁରର ଏହି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ 12 ଫେବୃଆରୀ 2016 ରୁ ଆରମ୍ଭ ହୋଇଥିଲା । ପ୍ରଥମେ ଏହାର ବ୍ୟୟ ଅଟକଳ 62.38 କୋଟି ଟଙ୍କା ଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଡିଜାଇନରେ ପରିବର୍ତ୍ତନ ହେବାରୁ ଏହାର ବ୍ୟୟ ଅଟକଳ 118 କୋଟି ରେ ପହଞ୍ଚିଥିଲା ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲର ଦୀର୍ଘତା 1540 ମିଟର ଥିବା ବେଳେ ପରେ ଏହାର ଦୀର୍ଘତା 1880 ମିଟର କୁ ବୃଦ୍ଧି ପାଇଥିଲା । ତେବେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ସହରବାସୀଙ୍କୁ ଅଡ଼ୁଆରେ ପକେଇଥିଲା । ଶେଷରେ ବ୍ରିଜ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଯାଇଥିଲେ ମଧ୍ୟ ସେବା ମାର୍ଗ ସମ୍ପୂର୍ଣ୍ଣ ହୋଇନଥିବାରୁ ଏହାର ଉଦଘାଟନ ହୋଇ ପାରୁନଥିଲା । ଶେଷରେ ଆସନ୍ତାକାଲି ଏହି ଫ୍ଲାଏ ଓଭର ଉଦଘାଟନ ହେବାକୁ ଯାଉଛି ବୋଲି ଜଣାପଡିଛି ।
ଇଟିଭି ଭାରତ, ସମ୍ବଲପୁର