ଓଡିଶା

odisha

ଟିକା ନେଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର

By

Published : Mar 4, 2021, 7:03 PM IST

କୋଭିଡ ଟିକା ନେଲେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ...

କୋଭିଡ ଟିକା ନେଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର
କୋଭିଡ ଟିକା ନେଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର

ସମ୍ବଲପୁର :କୋଭିଡ ଟିକା ନେଲେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ଆଜି ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଅଲେଖ ମହାପାତ୍ରଙ୍କ ଉପସ୍ଥିତିରେ କରୋନା ପ୍ରତିଷେଧକ ଟିକା ନେଇଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।

କୋଭିଡ ଟିକା ନେଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର

ଏହା ସହ ତାଙ୍କର ମା ଅହଲ୍ୟା ମିଶ୍ର (୮୩ବର୍ଷ) ମଧ୍ୟ ଆଜି କୋଭିଡ ଟିକା ନେଇଛନ୍ତି । ଏହି ଅବସରରେ ବିଧାୟକ ସମସ୍ତ ମେଡ଼ିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ସହ ସମସ୍ତେ କୋରୋନା ପ୍ରତିଷେଧକ ନେବା ଉଚିତ ବୋଲି ସେ କହିଛନ୍ତି । ଟୀକାକରଣ ସମୟରେ ବିଜେପି ମିଡିଆ ପ୍ରଭାରୀ ମାନସ ରଞ୍ଜନ ବକ୍ସି, ଯୁବ ବିଜେପି ନେତା ଅଶ୍ୱିନୀ ମାଝୀ, ପ୍ରଭୁଦତ୍ତ ପଣ୍ଡା, ବାବଲୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details