ଓଡିଶା

odisha

ETV Bharat / state

ମା’ ଆଖି ଆଗରେ ଭାସିଗଲା ପୁଅ, ଖୋଜାଖୋଜି ଜାରି

ମାଆ ସହ ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲା ନାବାଳକ । ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି । ଅଧିକ ପଢନ୍ତୁ

By

Published : Jan 9, 2022, 1:56 PM IST

ମାଆ ସହ ଗାଧୋଇବାକୁ ଯାଇଥିବାବେଳେ ଭାସିଗଲା ନାବାଳକ
ମାଆ ସହ ଗାଧୋଇବାକୁ ଯାଇଥିବାବେଳେ ଭାସିଗଲା ନାବାଳକ

ସମ୍ବଲପୁର: ହୀରାକୁଦ ଡ୍ୟାମ ପାୱାର ଚ୍ୟାନେଲ ପାଣିରେ ବୁଡି ନାବାଳକ ନିଖୋଜ । ମାଆ ସହ ଗାଧୋଇବାକୁ ଯାଇଥିବା ବେଳେ ଜଣେ ୮ ବର୍ଷୀୟ ନାବାଳକ ଭାସି ଯାଇଛି( minor boy missing after drowning in hirakud dam) । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ପାୱାର ଚେନାଲ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । ନିଖୋଜ ପିଲାଟି ଓ୍ବାନ ଆର କଲୋନୀର ରାଜେଶ ପଞ୍ଜବିହାରଙ୍କ ପୁଅ ରୋନକ ପଞ୍ଚବିହାର ବୋଲି ଜଣାପଡିଛି ।

ମାଆ ସହ ଗାଧୋଇବାକୁ ଯାଇଥିବାବେଳେ ଭାସିଗଲା ନାବାଳକ

ଆଜି(ରବିବାର) ରୋନକ ନିଜ ମାଆ ସହ ୱାନ ଆର୍ କଲୋନୀସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଇବାକୁ ଯାଇଥିଲା । ହେଲେ ଅସାବଧାନତା ହେତୁ ସେ ପାଣିରେ ଭାସି ଯାଇଥିଲା । ଏନେଇ ଖବର ପାଇବା ପରେ ବୁର୍ଲା ଅଗ୍ନିଶମ ବିଭାଗ ସ୍ଥାନୀୟ ଲୋକଙ୍କ ସହ ମିଶି ଖୋଜାଖୋଜି ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details