ଓଡିଶା

odisha

ETV Bharat / state

କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି ଓକିଲ, ପେଶି ହେଉଛନ୍ତି ସାଧାରଣ ଲୋକ

ସମ୍ବଲପୁର ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପରେ 12 ଦିନ ହେଲା ସମ୍ବଲପୁରରେ ଜାରି ରହିଛି ନ୍ୟାୟିକ ଅଚଳାବସ୍ଥା । ବର୍ତ୍ତମାନ ସୁଦ୍ଧା 30 ଜଣ ଓକିଲ ଏହି ଆନ୍ଦୋଳନରେ ଜେଲରେ ଅଛନ୍ତି । ଏପଟେ କୋର୍ଟ କଚେରୀ କାର୍ଯ୍ୟରେ ସମ୍ବଲପୁର କୋର୍ଟକୁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି । ଅଧିକ ପଢନ୍ତୁ

କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି ଓକିଲ, ପେଶି ହେଉଛନ୍ତି ସାଧରଣ ଲୋକ
କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି ଓକିଲ, ପେଶି ହେଉଛନ୍ତି ସାଧରଣ ଲୋକ

By

Published : Dec 24, 2022, 10:34 PM IST

କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି ଓକିଲ, ପେଶି ହେଉଛନ୍ତି ସାଧରଣ ଲୋକ

ସମ୍ବଲପୁର: ସମ୍ବଲପୁରରେ ଜାରି ରହିଛି ନ୍ୟାୟିକ ଅଚଳାବସ୍ଥା। ଗତ 12 ତାରିଖରୁ ସମ୍ବଲପୁରରେ ବନ୍ଦ ରହିଛି କୋର୍ଟ କଚେରୀ । କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି କୌଣସି ଓକିଲ। ଫଳରେ କୋର୍ଟ କାର୍ଯ୍ୟରେ ଆସୁଥିବା ସାଧାରଣ ବ୍ୟକ୍ତି ଙ୍କ ସମସ୍ୟା ବଢିଯାଇଛି। କୋର୍ଟକୁ ଆସୁଥିବା ମହକିଲ ତଥା ସାଧରଣ ଲୋକ ଓକିଲଙ୍କ ଅନୁପସ୍ଥିତିରେ ବହୁତ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଆଗକୁ ବଡ଼ଦିନ ଛୁଟି ଥିବାରୁ ଜାନୁଆରୀ 2 ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଫଳରେ ଆଗକୁ ନୂତନ ବର୍ଷରେ ସ୍ଥିତି ସ୍ୱାଭାବିକ କରିବାକୁ ଦାବି କରିଛନ୍ତି ସଚେତନ ନାଗରିକ ।

ଏହାବି ପଢନ୍ତୁ- ସମ୍ବଲପୁରରେ SUDAର ନିର୍ଦ୍ଦେଶକ, ଜଳ ଯୋଗାଣ ବ୍ୟବସ୍ଥା ନେଇ କଲେ ସମୀକ୍ଷା

ସମ୍ବଲପୁର ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପରେ 12 ଦିନ ହେଲା ସମ୍ବଲପୁରରେ ଜାରି ରହିଛି ନ୍ୟାୟିକ ଅଚଳାବସ୍ଥା। ବର୍ତ୍ତମାନ ସୁଦ୍ଧା 30 ଜଣ ଓକିଲ ଏହି ଆନ୍ଦୋଳନରେ ଜେଲରେ ଅଛନ୍ତି। କୌଣସି ଓକିଲଙ୍କ ଜାମିନ ଆଜି ପର୍ଯ୍ୟନ୍ତ ହୋଇନଥିବାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘର କୌଣସି ଓକିଲ କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି। ଫଳରେ କୋର୍ଟ କଚେରୀ କାର୍ଯ୍ୟରେ ସମ୍ବଲପୁର କୋର୍ଟକୁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ପୋଲିସର ଗିରଫଦାରୀ ଭୟରେ ଆନ୍ଦୋଳନରେ ଯୋଗ ଦେଇଥିବା କେତେକ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ନିଜର ପଦପଦବୀରୁ ଇସ୍ତଫା ଦେଇଥିବା ନଜରକୁ ଆସିଛି।

ଏହାବି ପଢନ୍ତୁ- Lawyers Agitation: ସମ୍ବଲପୁରର ଗିରଫ ଓକିଲଙ୍କ ଜାମିନ ପୁଣି ଖାରଜ

ଆନ୍ଦୋଳନରେ ଯୋଗ ଦେଇଥିବା ବହୁ ଲୋକ ଏବେ ମଧ୍ୟ ସହର ବାହାରେ ଥିବାର ଚର୍ଚ୍ଚା ହେଉଛି। ଏହିଭଳି ପରିସ୍ଥିତିରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁ ବୋଲି ସଚେତନ ନାଗରିକ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details