ଓଡିଶା

odisha

ETV Bharat / state

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଜେଲ୍‌ରେ ଥିବା ଓକିଲଙ୍କୁ ଭେଟି ପାରୁନାହାନ୍ତି ପରିବାର ! - ଜେଲ୍‌ରେ ଥିବା ଓକିଲଙ୍କୁ ଭେଟି ପାରୁନାହନ୍ତି ପରିବାର

ସମ୍ବଲପୁର ଓକିଲଙ୍କ ଗିରଫଦାରୀ ଘଟଣା । ଜେଲ୍‌ରେ ଥିବା ଓକିଲମାନଙ୍କୁ ପରିବାର ଲୋକେ ଭେଟି ପାରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

By

Published : Dec 24, 2022, 8:28 AM IST

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ଓକଲିଙ୍କ ଗିରଫଦାରୀ ଘଟଣା । ଜେଲ୍‌ରେ ଥିବା ଓକିଲମାନଙ୍କୁ ଭେଟି ପାରୁନାହାନ୍ତି ପରିବାର ଲୋକେ । ଏହି ଆନ୍ଦୋଳନ ମାମଲାରେ ଏବେସୁଦ୍ଧା ୨୯ ଜଣ ଓକିଲ ଗିରଫ ହୋଇସାରିଥିବା ବେଳେ ପରିବାର ଲୋକଙ୍କୁ ସେମାନଙ୍କ ସହ ଦେଖା କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । କେତେକ ଓକିଲଙ୍କ ପରିବାର ସଦସ୍ୟ ଏହି ଅଭିଯୋଗ କରିଛନ୍ତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଆନ୍ଦୋଳନ ବେଳେ ସମ୍ବଲପୁର ବିଚାରପତିଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ସମସ୍ତଙ୍କୁ ଗିରଫ କରାଯାଇଥିଲା ।

ସମ୍ବଲପୁର ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୯ ଜଣ ଓକିଲ, ୮ ଜଣ କିନ୍ନର ଓ ଜଣେ ସାଧାରଣ ବ୍ୟକ୍ତି ଗିରଫ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲା ସମ୍ବଲପୁରର ଜଣେ ମଧ୍ୟ ଓକିଲ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ଜେଲରେ ଥିବା ଓକିଲଙ୍କ ଜାମିନ ଆବେଦନ ଦୁଇ ଥର ଖାରଜ ହୋଇସାରିଛି । ଏଭଳି ସ୍ଥିତିରେ ଜେଲରେ ଥିବା କେତେକ ଓକିଲଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ନିଜ ଆତ୍ମୀୟମାନଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ । ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତିତ ଥିବା କହିଛନ୍ତି । ତେବେ ଏନେଇ ସମ୍ବଲପୁର ମଣ୍ଡଳ କାରାଗାରର(Circle Jail Sambalpur) କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ( Sambalpur Lawyers Protest) ସମୟରେ କେତେକ ଆନ୍ଦୋଳନକାରୀ ପୋଲିସର ସୁରକ୍ଷା ବଳୟ ଭାଙ୍ଗି ଜଜଙ୍କ ଚାମ୍ବରରେ ପଶି ହୋହଲ୍ଲା ଓ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଓ ସଂଗ୍ରହ ହୋଇଥିବା ଭିଡିଓ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୯ ଜଣ ଓକିଲଙ୍କ ସମେତ ୩୫ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: AIIMS ନାଁରେ ମିଥ୍ୟା ନିଯୁକ୍ତି ବିଜ୍ଞପ୍ତି, ନିରାଶ ହୋଇ ଫେରିଲେ ଶତାଧିକ ଆଶାୟୀ

ପ୍ରକାଶଥାଉ କି, ଓକିଲଙ୍କ ଆନ୍ଦୋଳନ ପରେ ଓଡିଶାର କୌଣସି ସ୍ଥାନରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏହି ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସମ୍ବଲପୁର ଏହି ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details