ଓଡିଶା

odisha

ETV Bharat / state

ଜୟଶ୍ରୀ ହତ୍ୟାକାଣ୍ଡ ଘଟଣା: ପୁଣି ଆରମ୍ଭ ହେଲା ତଦନ୍ତ - ଡିଏନଏ ନମୁନା

ସମ୍ବଲପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡରର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ଗିରଫ ହୋଇସାରିଛି । ଏବେବି ପୋଲିସ ସ୍କାନରରେ ଏହି କେସ । ଆଜି ଭୁବନେଶ୍ବରର ରିଜିଓନାଲ ଫରେନ୍ସିକ ସାଇନ୍ସ ଲ୍ୟାବର ଏକ ଟିମ ଓ ବୁର୍ଲା ଏଫଏମଟିର ଟିମ ମୃତ ଜୟଶ୍ରୀଙ୍କ ଦେହାବଶେଷ ମିଳିଥିବା ସ୍ଥାନର ପରିଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

By

Published : Sep 13, 2019, 6:13 PM IST

ସମ୍ବଲପୁର: ଜିଲ୍ଲାର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡରର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ଗିରଫ ହୋଇସାରିଛି । ଜୟଶ୍ରୀଙ୍କ ପରିବାର ଲୋକଙ୍କ ଡିଏନଏ ନମୁନା ସଂଗ୍ରହ ସହ ମୃତ ଜୟଶ୍ରୀ ମିଶ୍ରଙ୍କ ହତ୍ୟା କାଣ୍ଡ ଘଟଣାର ତଦନ୍ତ ଏବେବି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରର ରିଜିଓନାଲ ଫରେନ୍ସିକ ସାଇନ୍ସ ଲ୍ୟାବର ଏକ ଟିମ ଓ ବୁର୍ଲା ଏଫଏମଟି ର ଟିମ ମୃତ ଜୟଶ୍ରୀଙ୍କ ଦେହାବଶେଷ ମିଳିଥିବା ସ୍ଥାନର ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ହେଲେ ଆଜି ବର୍ଷା ଯୋଗୁଁ ମାଟି ଓଦା ଥିବାରୁ କୌଣସି ପ୍ରକାର ତଦନ୍ତ କାର୍ଯ୍ୟ ହୋଇନଥିଲା । ତେବେ ଆସନ୍ତା 20 ତାରିଖରେ ଏହି ଟିମ ପୁଣି ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ପ୍ରକାର ପରୀକ୍ଷା କରିବେ ବୋଲି ଜଣାପଡ଼ିଛି।

ଆସନ୍ତା 20 ତାରିଖ ପରେ ସମ୍ବଲପୁର ପୋଲିସ ଏହି ହତ୍ୟାକାଣ୍ଡର ପ୍ରମାଣ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ ଥିବ ବୋଲି ସମ୍ବଲପୁର ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details