ଓଡିଶା

odisha

ETV Bharat / state

କଏଦୀ ଜେଲ ଡିଆଇଜି ଗୋଡ ଘଷୁଥିବା ଫଟୋ ଭାଇରାଲ, ଖଣ୍ଡନ କଲେ DIG

ପୁଣି ଚର୍ଚ୍ଚାରେ ସମ୍ବଲପୁର ସର୍କଲ ଜେଲ । କଏଦୀ, ସମ୍ବଲପୁର ଜେଲ DIGଙ୍କ ଗୋଡ଼ ଘଷୁଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି DIG । ଅଧିକ ପଢନ୍ତୁ...

By

Published : Jun 15, 2021, 4:23 PM IST

କଏଦୀ, ସମ୍ବଲପୁର ଜେଲ DIG ଙ୍କ ଗୋଡ଼ ଘଷୁଥିବା ଫଟୋ ଭାଇରାଲ, ଖଣ୍ଡନ କଲେ DIG
କଏଦୀ, ସମ୍ବଲପୁର ଜେଲ DIG ଙ୍କ ଗୋଡ଼ ଘଷୁଥିବା ଫଟୋ ଭାଇରାଲ, ଖଣ୍ଡନ କଲେ DIG

ସମ୍ବଲପୁର:ପୁଣି ଚର୍ଚ୍ଚାରେ ସମ୍ବଲପୁର ସର୍କଲ ଜେଲ । ବିଗତ କିଛି ଦିନ ତଳେ ସମ୍ବଲପୁର ସର୍କଲ ଜେଲରୁ କଟକକୁ ଗ୍ୟାଙ୍ଗଷ୍ଟାର ହାଇଦର ଚିକିତ୍ସା ପାଇଁ ଯାଇଥିବା ବେଳେ ଫେରାର ହେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବର୍ତ୍ତମାନ ଆଉ ଏକ ବିବାଦୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଖଣ୍ଡନ କରିଛନ୍ତି ସମ୍ବଲପୁର ଜେଲ ଡିଆଇଜି।

କଏଦୀ, ସମ୍ବଲପୁର ଜେଲ DIG ଙ୍କ ଗୋଡ଼ ଘଷୁଥିବା ଫଟୋ ଭାଇରାଲ, ଖଣ୍ଡନ କଲେ DIG

ସୂଚନାଅନୁଯାୟୀ ଆଜି ସମ୍ବଲପୁରରେ ଏକ ଫଟୋ ଭାଇରାଲ ହୋଇଛି । ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଗୋଡ ମାଲିସ କରିବା ଦେଖାଯାଉଛି । ଯେଉଁଥିରେ କେହି ଜଣେ ଡିଆଇଜିଙ୍କ ସରକାରୀ ବାସଭବନରେ ଝାଡ଼ୁ ପୋଛା ମାରୁଥିବାର ଦୃଶ୍ୟ ସହ କେହି ଜଣେ କାହାକୁ ମାଲିସ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଏପଟେ ଚର୍ଚ୍ଚା ଜୋର ଧରିଛି ଯେ, କେତେକ କଏଦୀ ଜେଲ ଡିଆଇଜିଙ୍କ ସରକାରୀ ଆବାସକୁ ଯାଇ ଡିଆଇଜିଙ୍କ ଘରେ ବାସନ ମାଜିବା, ଝାଡୁ ମାରିବା ଠାରୁ ଆରମ୍ଭ କରି ଚଟାଣ ସଫା କରୁଛନ୍ତି । ଏହା ସହ ଜେଲ ଡିଆଇଜିଙ୍କ ଗୋଡ ମାଲିସ କରୁଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ସେହି ବ୍ୟକ୍ତି ଯେ କଏଦୀ, ତାହାର ସତ୍ୟତା ଏଯାବତ ଜଣାପଡ଼ିନାହିଁ । ଏପଟେ ସେହି ଫଟୋରେ ବ୍ୟକ୍ତିଙ୍କ ଚିତ୍ର ମଧ୍ୟ ସ୍ପଷ୍ଟ ଜଣାପଡ଼ୁନାହିଁ ।

ସେପଟେ ଏହି ଘଟଣାକୁ ନେଇ ସମ୍ବଲପୁର ଜେଲ ଡିଆଇଜି ରାଜ କିଶୋର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସେ ଆଉ ସେହି କ୍ବାଟରରେ ରହୁନାହାନ୍ତି । ଭାଇରାଲ ହୋଇଥିବା ଫଟୋରେ କିଛି ସ୍ପଷ୍ଟ ଦେଖାଯାଉନାହିଁ । ଏହା ସହ ଫଟୋରେ ଥିବା ବ୍ୟକ୍ତି ସେ ନୁହଁନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଡିଆଇଜି । ତେବେ ତାଙ୍କୁ ଫସାଇବାକୁ କେତେକ ଲୋକ ଏହି ଷଡଯନ୍ତ୍ର କରିଥିବା ଜେଲ ଡିଆଇଜି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details