ସମ୍ବଲପୁର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ 7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା । କୋଭିଡ କଟକଣା ଯୋଗୁଁ ଦୀର୍ଘ 7 ମାସ ଧରି ବନ୍ଦ ରହିଥିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ର ରୋପ ୱେ ସେବା । ତେବେ ଆଜିଠୁ ଏହା ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ।
7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା - sambalpur hirakud rope way service
ଦୀର୍ଘ 7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା । କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ର ରୋପ ୱେ ସେବା । ଅଧିକ ପଢନ୍ତୁ:
![7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା 7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା](https://etvbharatimages.akamaized.net/etvbharat/prod-images/768-512-9463774-thumbnail-3x2-sam.jpg)
7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା
7 ମାସ ପରେ ଆରମ୍ଭ ହେଲା ହୀରାକୁଦ ରୋପ ୱେ ସେବା
ଆଜିଠାରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଏହି ସେବା ଆରମ୍ଭ କରାଯାଇଥିବା ନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ପର୍ଯ୍ୟଟନସ୍ଥଳ ଗୁଡିକ ପ୍ରତି ଜାରି ହୋଇଥିବା ଏସଓପି ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଏହି ସେବା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ସମ୍ବଲପୁର ରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ