ସମ୍ବଲପୁର: ହୀରାକୁଦରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ । ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଲେଫ୍ଟଡାଇକର ବଲବସପୁର ନିକଟରେ ଆରମ୍ଭ ହୋଇଯାଇଛି ହୀରାକୁଦ ଇକୋ ରିଟ୍ରିଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ।
ହୀରାକୁଦ ଇକୋ ରିଟ୍ରିଟ ଆରମ୍ଭ, ୱାଟର ସ୍ପୋର୍ଟ୍ସର ମଜା ଉଠାଇବେ ପର୍ଯ୍ୟଟକ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସମ୍ବଲପୁର ସ୍ଥିତ ହୀରାକୁଦରେ ଆରମ୍ଭ ହେଲା ଇକୋ ରିଟ୍ରିଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ
ହୀରାକୁଦ ଇକୋ ରିଟ୍ରିଟ ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ଆରଡିସି ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବାତୁଲା ଗଙ୍ଗାଧର ପ୍ରମୁଖଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଡିସେମ୍ବର 1ରୁ ଫେବୃୟାରୀ 28 ଯାଏ ଇକୋ ରିଟ୍ରିଟ ଚାଲିବ । ଚଳିତବର୍ଷ ଏଠାରେ 25ଟି କଟେଜ ତିଆରି ହୋଇଛି । ପର୍ଯ୍ୟଟକମାନେ ଏଠାରେ water sports ମଜା ନେବା ସହ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟ ବୁଲି ପାରିବେ । ଏଠାରେ ଗୋଟିଏ ଦିନର ରହଣି ପାଇଁ 8000 ଟଙ୍କାର ପ୍ୟାକେଜ ରହିଛି । 2 ବର୍ଷ ଧରି କୋଭିଡ ଯୋଗୁଁ ଭଲ ବ୍ୟବସାୟ ହୋଇପାରୁ ନଥିବାବେଳେ ଏଥର ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଅଶା କରାଯାଉଛି ।
ଇଟିଭି ଭାରତ, ସମ୍ବଲପୁର