ସମ୍ବଲପୁର: ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କୁ ଭେଟିଲେ ବିଜେପି ମହିଳା କର୍ମକର୍ତ୍ତା । ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ସମ୍ବଲପୁର ଏସପିଙ୍କୁ ଭେଟିଛନ୍ତି ପୀଡିତାଙ୍କ ସମ୍ପର୍କୀୟ ସମେତ ବିଜେପି ମହିଳା କର୍ମକର୍ତ୍ତା।
ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ 6 ଜଣକୁ ଗିରଫ କରିସାରିଥିବାବେଳେ ମଙ୍ଗଳବାର ପୀଡିତାଙ୍କ ସମ୍ପର୍କୀୟଙ୍କ ସହ କେତେକ ବିଜେପି ମହିଳା କର୍ମକର୍ତ୍ତା ସମ୍ବଲପୁର ଏସପି କନୱର ବିଶାଲ ସିଂଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ଅନୁରୋଧ କରିଛନ୍ତି ।