ଓଡିଶା

odisha

ETV Bharat / state

ଜାପାନୀ ପଦ୍ଧତିରେ ଚାରା ରୋପଣ, ଟାଙ୍ଗରା ଭୂଇଁରେ ଘଞ୍ଚ ଜଙ୍ଗଲ ସୃଷ୍ଟି - ବର୍ଷକ ଭିତରେ ଘଞ୍ଚ ଜଙ୍ଗଲ ସୃଷ୍ଟି

ବର୍ଷକ ଭିତରେ ଘଞ୍ଚ ଜଙ୍ଗଲ ସୃଷ୍ଟି । ଟାଙ୍ଗରା ଭୂଇଁରେ ଘଞ୍ଚ ଜଙ୍ଗଲ ସୃଷ୍ଟି । ଶୁଷ୍କ ଟାଙ୍ଗରା ଭୂଇଁ ବର୍ଷକ ଭିତରେ ହୋଇଗଲା ସବୁଜ ଶ୍ୟାମଳ । କେହି ବି କହିପାରିବେନି ଯେ ଏହା ଗୋଟିଏ ବର୍ଷର ଜଙ୍ଗଲ ବୋଲି । ପୁରା ପୁରି ଅବିଶ୍ୱସନୀୟ । ତେବେ କଥା ଟା ସତ । ଜାପାନୀ ଚାରା ରୋପଣ ପଦ୍ଧତିରେ ସମ୍ବଲପୁର ବନ ବିଭାଗ ଏହି ଅସମ୍ଭବକୁ ସମ୍ଭବ କରିପାରିଛି । ଅଧିକ ପଢନ୍ତୁ

ଜାପାନୀ ପଦ୍ଧତିରେ ଚାରା ରୋପଣ କରି ଟାଙ୍ଗରା ଭୁଇଁରେ ଘଞ୍ଚ ଜଙ୍ଗଲ ସୃଷ୍ଟି
ଜାପାନୀ ପଦ୍ଧତିରେ ଚାରା ରୋପଣ କରି ଟାଙ୍ଗରା ଭୁଇଁରେ ଘଞ୍ଚ ଜଙ୍ଗଲ ସୃଷ୍ଟି

By

Published : Oct 12, 2022, 8:55 PM IST

ସମ୍ବଲପୁର: ଟାଙ୍ଗରା ଭୂଇଁରେ ବର୍ଷକ ଭିତରେ ସୃଷ୍ଟି ହୋଇଗଲା ଘଞ୍ଚ ଜଙ୍ଗଲ । ସମ୍ବଲପୁର ବନ ବିଭାଗ ଏହିଭଳି ଏକ ଜଙ୍ଗଲ ସୃଷ୍ଟି କରିପାରିଛି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବିକାଶ ନାଁ ରେ ଜଙ୍ଗଲ କାଟି ସଫା କରାଯାଉଥିବା ବେଳେ ଏହାର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ପଡୁଛି । ପରିବେଶ ପରିବର୍ତନ ହେଉଥିବାର ପରିଲକ୍ଷିତ ହେଉଛି । ଏହି ଭଳି ପରିସ୍ଥିତିର ମୁକାବିଲା ପାଇଁ ସମ୍ବଲପୁର ବନ ବିଭାଗ ଏବେ ବୁର୍ଲା ଖଡ଼ିଆପଡାରେ ଥିବା ଏକ ଟାଙ୍ଗରା ଭୂଇଁରେ ପରୀକ୍ଷମୂଳକ ଭାବେ ଜାପାନୀ ପଦ୍ଧତିରେ ଏକ ବର୍ଷ ଭିତରେ ଏକ ଘଞ୍ଚ ଜଙ୍ଗଲ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛି ।

ଜାପାନୀ ପଦ୍ଧତିରେ ଚାରା ରୋପଣ କରି ଟାଙ୍ଗରା ଭୁଇଁରେ ଘଞ୍ଚ ଜଙ୍ଗଲ ସୃଷ୍ଟି

ଶୁଷ୍କ ଟାଙ୍ଗରା ଭୂଇଁ ବର୍ଷକ ଭିତରେ ହୋଇଗଲା ସବୁଜ ଶ୍ୟାମଳ । ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ । କେହି ବି କହିପାରିବେନି ଯେ ଏହା ଗୋଟିଏ ବର୍ଷର ଜଙ୍ଗଲ ବୋଲି । ପୁରା ପୁରି ଅବିଶ୍ୱସନୀୟ । ତେବେ କଥା ଟା ସତ । ଜାପାନୀ ଚାରା ରୋପଣ ପଦ୍ଧତିରେ ସମ୍ବଲପୁର ବନ ବିଭାଗ ଏହି ଅସମ୍ଭବ କୁ ସମ୍ଭବ କରିପାରିଛି । ସମ୍ବଲପୁର ବନ ବିଭାଗ ଟାଉନ ରେଞ୍ଜର "ଆ-କଣ୍ଟା ପାଲି " ର ଖଡ଼ିଆପଡାରେ ଥିବା 1 ହେକ୍ଟର ଟାଙ୍ଗରା ଭୂଇଁରେ ଗତବର୍ଷ ମିୟାବାକୀ ଜାପାନୀ ପଦ୍ଧତିରେ 70 ପ୍ରଜାତିର ଚାରା ରୋପଣ କରାଯାଇଥିଲା । ଚାରା ଗୁଡିକରେ ଭର୍ମି କମ୍ପୋଷ୍ଟ ବ୍ୟବହାର ସହ ମୃତ୍ତିକାରେ ଜୀବାମୃତ ପଦ୍ଧତିର ଉପଯୋଗ ମଧ୍ୟ କରାଯାଇଥିଲା ।

ଜଙ୍ଗଲର ଚାରିପଟେ ବାଡ ଦେଇ କେବଳ ଠିକ ସମୟରେ ପାଣି ଦିଆଯାଇଥିଲା । ଏହି ଏକ ବର୍ଷ ଭିତରେ ସୃଷ୍ଟି ହୋଇଗଲା ଘଞ୍ଚ ଜଙ୍ଗଲ । ସମ୍ବଲପୁର ଡିଏଫଓ ବିଶ୍ଵନାଥ ନୀଳାମ୍ବରଙ୍କ ସୂଚନା ଅନୁସାରେ ଏହି ପଦ୍ଧତି ଚାରା ରୋପଣ କଲେ ସାଧାରଣ ପଦ୍ଧତି ରୁ 20 ଗୁଣ ଅଧିକ ଗତିରେ ଚାରା ବୃଦ୍ଧି ପାଇଥାଏ । ନିକଟରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ନେଚୁରାଲ ଗ୍ୟାସ ମନ୍ତ୍ରାଳୟର ଡେପୁଟି ସେକ୍ରେଟାରୀ ଆନନ୍ଦ କୁମାର ଝା ଏହି ଜଙ୍ଗଲ ପରିଦର୍ଶନ କରି ଏହାର ପ୍ରଶଂସା କରିଛନ୍ତି l

ଏହି ପଦ୍ଧତି ସଫଳ ହେବା ପରେ ଆଗକୁ ଏହି ପଦ୍ଧତିରେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଡିଏଫଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details