ଓଡିଶା

odisha

By

Published : Nov 20, 2019, 8:21 PM IST

ETV Bharat / state

ଟୋକନ ବ୍ୟବସ୍ଥାକୁ ବିରୋଧ, ଗୁରୁବାର ଠାରୁ ରାଜରାସ୍ତା ଜାମ କରିବେ ଚାଷୀ

ଧାନ କ୍ରୟରେ ଘୋର ଅବ୍ୟବସ୍ଥା । ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ସମ୍ବଲପୁର ଚାଷୀ ଓହ୍ଲାଇବେ ରାଜରାସ୍ଥାକୁ । ଗୁରୁବାର ମୁମ୍ବାଇ ହାୱଡା ରାଜ ରାସ୍ତାରେ ଧାନ ବସ୍ତା ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ଚାଷୀ । ଅଧିକ ପଢ଼ନ୍ତୁ...

ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜରାସ୍ତା ଜାମ କରିବେ ଚାଷୀ !

ସମ୍ବଲପୁର: ଥନୁମି ଧାନ କ୍ରୟ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ବିରୋଧ । ବିଗତ 2 ଦିନ ହେଲା ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅଭିନଵ ଉପାୟରେ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିଛନ୍ତି ଜିଲ୍ଲାର ଚାଷୀ । ତେବେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେବାକୁ ଯାଉଛି । ଗୁରୁବାର ସମ୍ବଲପୁର ଚାଷୀ ବରେଇପାଲି ଛକ ନିକଟରେ ମୁମ୍ବାଇ ହାୱଡା ରାଜ ରାସ୍ତାରେ ଧାନ ବସ୍ତା ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜରାସ୍ତା ଜାମ କରିବେ ଚାଷୀ !

ଗତ ସୋମବାର ଦିନ ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଚାରିପଟେ ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀ ପ୍ରତିବାଦ କରିଥିବା ବେଳେ ମଙ୍ଗଳବାର ଦିନ ସ୍ଥାନୀୟ ବିଧାୟକଙ୍କ ବାସଗୃହ ସମ୍ମୁଖରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ କରିଥିଲେ । ଏହାସହ ବୁଧବାର ସୁଦ୍ଧା ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ରାଜରାସ୍ତା ଜାମ କରିବେ ବୋଲି କହିଥିଲେ ।

ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେବାରୁ ଗୁରୁବାର ଦିନ 12ଟାରୁ ଚାଷୀ ଆନ୍ଦୋଳନରେ ରାଜ ରାସ୍ତା ଜାମ ହେବ ବୋଲି ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details