ଓଡିଶା

odisha

By

Published : Nov 21, 2019, 8:16 PM IST

ETV Bharat / state

ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ମନ୍ତ୍ରୀଙ୍କ ପ୍ରତିଶୃତି ପରେ ସମ୍ବଲପୁରରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର: ଗତ 15 ତାରିଖରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଧୀରେ ଧୀରେ ଆନ୍ଦୋଳନ ବ୍ୟାପୁଥିବା ଦେଖି ଗତକାଲି ଠାରୁ ରାଜ୍ୟ ସରକାର ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପ-ମୁଖ୍ୟ ସଚେତକ ରୋହିତ ପୂଜାହାରୀଙ୍କୁ ସମ୍ବଲପୁର ପଠାଇଥିଲେ । ଉଭୟ ନେତା ଆନ୍ଦୋଳନକୁ ସମାପ୍ତ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ସମ୍ବଲପୁରରେ ଆନ୍ଦୋଳନ ତିବ୍ରତର ହୋଇଥିଲା । ଅପରାହ୍ନ 1 ଟାରୁ ସମ୍ବଲପୁର ବରେଇପାଲି ଛକ ଠାରେ ଜାତୀୟ ରାଜପଥ- 53 ରେ ଧାନବସ୍ତା ବୋଝଇ ଗାଡି ରଖି ଅବରୋଧ କରିବା ସହ ରାଜରାସ୍ତାରେ ବସିଥିଲେ ଚାଷୀ। ଫଳରେ ରାଜରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ହଜାର ହଜାର ଗାଡି। କୌଣସି ଗାଡିକୁ ଛାଡିନଥିଲେ ଚାଷୀ। କେବଳ ଆମ୍ବୁଲାନ୍ସ କୁ ଏହି ରାସ୍ତା ଅବରୋଧରୁ ବାଦ ଦିଆଯାଇଥିଲା। ଯଦ୍ବାରା ଏକ ଅଭାବନୀୟ ସ୍ଥିତି ସେଠାରେ ଉପୁଜିଥିଲା । ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି, ଏସଡିପିଓ, ସମ୍ବଲପୁର ଉପଜିଲ୍ଲାପାଳ ସହ ବହୁ ପରିମାଣରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଉପଜିଲ୍ଲାପାଳ ଆସି ଚାଷୀଙ୍କୁ ବୁଝାସୁଝା ପରେ ମଧ୍ୟ ଚାଷୀ ଆନ୍ଦୋଳନରୁ ଉଠିନଥିଲେ।

ପରେ ଘଟଣାର ସମାଧାନ ପାଇଁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀ ଚାଷୀଙ୍କ ଦାବି ଶୁଣିବା ସହ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ଟୋକନ ବ୍ୟବସ୍ଥାକୁ ସରଳ କରାଯିବ । ଯେଉଁ ଚାଷୀ ଯେତେବେଳେ ଧାନ ବିକ୍ରି କରିବା ପାଇଁ ଚାହିଁବେ ତତକ୍ଷଣାତ ତାଙ୍କୁ ଟୋକନ ପ୍ରଦାନ କରାଯିବ ବୋଲି କହିଥିଲେ । ଏହାସହ ଏକର ପିଛା ଧାନ ବିକ୍ରି କରିବାର ଧାର୍ଯ୍ୟ ପରିମାଣରେ ମଧ୍ୟ ବୃଦ୍ଧି କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଚାଷୀ । ଫଳରେ15 ତାରିଖରୁ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ବଲପୁରରେ ପ୍ରତ୍ୟାହୃତ ହୋଇଛି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details