ଓଡିଶା

odisha

ETV Bharat / state

ଧାନ କ୍ରୟ ପ୍ରସ୍ତୁତି ବୈଠକକୁ ଚାଷୀଙ୍କ ବର୍ଜନ

ସମ୍ବଲପୁର ଜିଲ୍ଳାପାଳ କାର୍ଯ୍ୟଳୟରେ ହେବାକୁ ଥିବା ଚଳିତ ଖରିଫ ଋତୁ ଧାନ କ୍ରୟ ପ୍ରସ୍ତୁତି ବୈଠକକୁ ବର୍ଜନ କଲେ ଚାଷୀ । ଅଧିକ ପଢନ୍ତୁ...

By

Published : Nov 2, 2019, 11:43 PM IST

ଧାନ କ୍ରୟ ପ୍ରସ୍ତୁତି ବୈଠକକୁ ଚାଷୀଙ୍କ ବର୍ଜନ

ସମ୍ବଲପୁର: ଧାନ କ୍ରୟ ପ୍ରସ୍ତୁତି ବୈଠକକୁ ବର୍ଜନ କଲେ ସମ୍ବଲପୁର ଚାଷୀ । ଫଳରେ ବୈଠକ ହୋଇପାରିନାହିଁ । ଏପଟେ ବୈଠକରେ ଯୋଗ ଦେବା ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଯାହା ଫଳରେ ସେମାନେ ଆନ୍ଦୋଳନ ସ୍ଥଳକୁ ଫେରିଯାଇ ପୁର୍ନବାର ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଧାନ କ୍ରୟ ପ୍ରସ୍ତୁତି ବୈଠକକୁ ଚାଷୀଙ୍କ ବର୍ଜନ

ଖବର ପାଇ ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲେ ସମ୍ବଲପୁର ଓ ରେଙ୍ଗାଲୀ ବିଧାୟକ । ଉଭୟ ବିଜେଡି ଓ ବିଜେପି ବିଧାୟକ ପହଞ୍ଚି ଚାଷୀଙ୍କୁ ସମର୍ଥନ କରିଥିଲେ । ଅନ୍ୟପଟେ ଚଷୀଙ୍କ ଏପରି ଆଭିମୁଖ୍ୟ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ଏସିଏସଓ ଓ ପରେ ଉପଜିଲ୍ଲାପାଳ ଓ ସିଏସଓ ଆସି ଚାଷୀଙ୍କୁ କ୍ଷମା ପ୍ରାର୍ଥନା କରି ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ହେଲେ ଜିଦ୍‌ରେ ଅଟଳ ରହିଥିଲେ । ଫଳରେ ଧାନ କ୍ରୟ ପ୍ରସ୍ତୁତି ବୈଠକ ହୋଇପାରିନାହିଁ ।

ତେବେ ଆସନ୍ତା ସୋମବାର ଚାଷୀଙ୍କ ଏକ ବୈଠକ ହେବ । ଏହି ବୈଠକରେ ଧାନ କ୍ରୟ ବୈଠକରେ ଚାଷୀ ସାମିଲ ହେବେ କି ନାହିଁ ତାହା ନିଷ୍ପତ୍ତି ନେବେ ବୋଲି ଚାଷୀ ନେତା କହିଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details