ସମ୍ବଲପୁର: ଜିଲ୍ଲାର 3ଟି ବ୍ଲକର ଚାଷୀଙ୍କୁ ଘାରୁଛି ଧାନ ବିଲରେ ଅଜଣା ରୋଗ ଚିନ୍ତା । ସମ୍ବଲପୁରର ମୁଖ୍ୟତଃ ମାନେଶ୍ବର, ଧନକଉଡା ଓ ଯୁଜୁମୁରା ବ୍ଲକରେ ଚଷୀଙ୍କ ଶହ ଶହ ଏକର ଅମଳକ୍ଷମ ଚାଷ ଜମିରେ ଏକ ଅଜଣା ରୋଗ ହେବାରୁ ଚାଷୀ ମୁଁହରୁ ହଜିଯାଇଛି ହସ ।
ଧାନ ଫୁଟି କ୍ଷୀର ଖାଇବା ସମୟରେ ଧାନ କେଣ୍ଡା ସବୁ ନଷ୍ଟ ହୋଇଯାଉଛି । ଏପରି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି କ୍ଷେତରେ ସୁନାର ଫସଲ ଫୁଟାଇଥିବା ସମ୍ବଲପୁର ଚାଷୀ ଏବେ ହତାଶ ହୋଇପଡିଛି । ସେପଟେ କୀଟନାଶକ ସିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଚାଷୀ ।