ସମ୍ବଲପୁର:ଆସନ୍ତାକାଲି ସମ୍ବଲପୁର ଜିଲ୍ଲାର ୨ ଟି ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଙ୍ଗଳବାର ଜିଲ୍ଲାର ଧନକଉଡା ଓ ବାମରା ବ୍ଲକରେ ହେବ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଧନକଉଡା ବ୍ଲକରେ ୯ ଟି ଗ୍ରାମପଞ୍ଚାୟତ ଥିବାବେଳେ ୧୨୫ ଟି ମତଦାନ କେନ୍ଦ୍ର ରହିଛି। ଏଥିପାଇଁ ଧନକଉଡା ବ୍ଲକର ୨ ଟି ଜୋନରେ ପ୍ରାୟ ୧୫ ପ୍ଲାଟୁନ ପୋଲିସ ନିୟୋଜିତ ହେବେ।
ଅନ୍ୟପଟେ ଜଣେ ଅତିରିକ୍ତ ଏସପି, ୨ ଜଣ DSP ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ଵରେ ରହିବେ। ଠିକ ସେହିପରି ବାମରା ବ୍ଲକର ୨ ଟି ଜୋନରେ ୧୭ ଟି ଗ୍ରାମପଞ୍ଚାୟତ ଥିବାବେଳେ ୨୧୬ ଟି ମତଦାନ କେନ୍ଦ୍ର ରହିଛି। ପ୍ରତ୍ୟେକ ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।