ଓଡିଶା

odisha

ETV Bharat / state

ହନୁମାନ ଜୟନ୍ତୀରେ ବୁଲିବନି ଖଣ୍ଡା, ରୋକ ଲଗାଇଲା ଜିଲ୍ଲା ପ୍ରଶାସନ - ଖଣ୍ଡା ପ୍ରଦର୍ଶନ ଉପରେ ରୋକ

ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ହନୁମାନ ଜୟନ୍ତୀର ଅସ୍ତ୍ର ପ୍ରଦର୍ଶନ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା । ଏହା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

hanuman jayanti
hanuman jayanti

By

Published : Apr 7, 2023, 12:16 PM IST

hanuman jayanti

ସମ୍ବଲପୁର:ଚଳିତ ହନୁମାନ ଜୟନ୍ତୀର ଅସ୍ତ୍ର ପ୍ରଦର୍ଶନ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା । ପ୍ରତ୍ୟେକ ବର୍ଷ ସମ୍ବଲପୁର ହନୁମାନ ଜୟନ୍ତୀ ପାଳନ ସମୟରେ ଖଣ୍ଡା ବୁଲାଇବାକୁ ନେଇ ବିବାଦ ସୃଷ୍ଟି ହେବାର ନଜର ରହିଛି । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଖଣ୍ଡା ପ୍ରଦର୍ଶନ ଉପରେ ରୋକ ଲାଗାଇଛି ଜିଲ୍ଲା ପ୍ରଶାସନ । ଏହା ସହ ଖଣ୍ଡା ବୁଲାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ସହରରେ ପ୍ରତିବର୍ଷ ଧୂମଧାମରେ ପାଳିତ ହୋଇଥାଏ ହନୁମାନ ଜୟନ୍ତୀ ଉତ୍ସବ । ତେବେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ସମୟରେ ବହୁ ପୂର୍ବରୁ ଆଖଡ଼ା ଖେଳ ଓ ଅସ୍ତ୍ର ପ୍ରଦର୍ଶନର ପରମ୍ପରା ରହିଥିବା ବେଳେ, 2014 ମସିହା ପର ଠାରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଧାରୁଆ ଅସ୍ତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇଥିଲା l ସେହିଦିନ ଠାରୁ ହନୁମାନ ଜୟନ୍ତୀ ପାଳନ ସମୟରେ ଅସ୍ତ୍ର ପ୍ରଦର୍ଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ହନୁମାନ ଜୟନ୍ତୀ ସମନ୍ନୟ ସମିତି ପରମ୍ପରା ନାଁରେ ଅସ୍ତ୍ର ପ୍ରଦର୍ଶନ କରିବାକୁ ଜିଦ ଧରି ଆସିଥିବା ବେଳେ ବିଗତ ଦିନରେ ବର୍ତ୍ତମାନର ବିରୋଧି ଦଳର ନେତା ତଥା ବିଜେପି ନେତା ଜୟ ନାରାୟଣ ମିଶ୍ର ଖଣ୍ଡା ବୁଲେଇ ଗିରଫ ମଧ୍ୟ ହୋଇଥିଲେ l ସେହି ଦିନ ଠାରୁ ହନୁମାନ ଜୟନ୍ତୀ ପାଳନ ସମୟରେ ମୁଖ୍ୟତଃ ଧାରୁଆ ଖଣ୍ଡା ଓ ଅଗ୍ନି ଅସ୍ତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ l ତେବେ ଆସନ୍ତା 14 ତାରିଖ ଚଳିତ ବର୍ଷର ହନୁମାନ ଜୟନ୍ତୀ ଥିବା ବେଳେ ଏଥର ମଧ୍ୟ ଜିଲ୍ଲା ପ୍ରଶାସନ ଧାରୁଆ ଅସ୍ତ୍ର ପ୍ରଦର୍ଶନ ଉପରେ ପୁରାପୁରି ରୋକ ଲଗାଇଛି । ଚଳିତ ବର୍ଷ ହନୁମାନ ଜୟନ୍ତୀ ଉତ୍ସବରେ ଖଣ୍ଡା ବୁଲା ପ୍ରଦର୍ଶନୀ ହେବ ନା ନାହିଁ ସେନେଇ ହନୁମାନ ଜୟନ୍ତୀ ସମନ୍ନୟ ସମିତି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ l

ଅନ୍ୟପଟେ ଏଥର ଜିଲ୍ଲା ପ୍ରଶାସନ ରୋକଠୋକ ଭାବରେ ଶୁଣେଇ ଦେଇଛି ଯେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇବା ମନା l ଯିଏ ଖଣ୍ଡା ବୁଲେଇବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ ଭାବରେ ଶୁଣେଇ ଦେଇଛି l ସୂଚନା ଯୋଗ୍ୟ ଯେ 2014 ରୁ 2019 ପର୍ଯ୍ୟନ୍ତ ସମ୍ବଲପୁର ରେ ଶାସକ ବିଜେଡିର ବିଧାୟକ ଥିବାବେଳେ ସେତେବେଳ ର ପୂର୍ବତନ ବିଧାୟକ ବିଜେପି ନେତା ଜୟନାରାୟଣ ମିଶ୍ର ହନୁମାନ ଜୟନ୍ତୀ ନାଁରେ ଖଣ୍ଡା ବୁଲେଇ ଚର୍ଚ୍ଚାର ପରିଧିକୁ ଆସିଥିଲେ l ସେତେ ବେଳେ ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଥିଲା ଯେ ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇବା, ନିଜର ରାଜନୈତିକ ଅବସ୍ଥିତି ଜାହିର କରିବା ଅଥବା ନିଜକୁ ଗଣମାଧ୍ୟମର ଚର୍ଚ୍ଚାରେ ରଖିବା ପାଇଁ ଜୟନାରାୟଣ ଖଣ୍ଡା ବୁଲାଉ ଥିଲେ l

ତେବେ ବର୍ତ୍ତମାନ ଜୟନାରାୟଣ ମିଶ୍ର ସମ୍ବଲପୁର ବିଧାୟକ ହେବା ସହ ରାଜ୍ୟର ବିରୋଧି ଦଳର ନେତା l ଅନ୍ୟପଟେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ହନୁମାନ ଜୟନ୍ତୀ ତଥା ଖଣ୍ଡା ବୁଲା ପ୍ରକରଣରୁ ନିଜକୁ ଦୂରରେ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details