ଓଡିଶା

odisha

ETV Bharat / state

ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକିଲେ ସ୍ବପ୍ନା - ମିସେସ ବିୟୁଟି ପି ଜେଣ୍ଟ

ମିସେସ ବିୟୁଟି ପି ଜେଣ୍ଟ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଭାଗ ନେଇଥିବା 7300 ପ୍ରତିଯୋଗୀଙ୍କୁ ପଛରେ ପକାଇ ସମ୍ବଲପୁରର ସ୍ୱପ୍ନା ଭାରତୀ ପ୍ରଥମ ରନର୍ସ ଅପ ହୋଇଛନ୍ତି । ଅଧିକ ପଢନ୍ତୁ

ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକିଲେ ସ୍ବପ୍ନା
ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକିଲେ ସ୍ବପ୍ନା

By

Published : Oct 2, 2022, 12:35 PM IST

ସମ୍ବଲପୁର:ପୁଣି ଚମକିଲେ ଓଡିଆ । ମିସେସ ବିୟୁଟି ପି ଜେଣ୍ଟ ପ୍ରତିଯୋଗିତାରେ ରନର୍ସ ଅପ କ୍ରାଉନ ହାତେଇଲେ ସମ୍ବଲପୁରର ସ୍ୱପ୍ନା ଭାରତୀ । ଏହି ବିୟୁଟି ପି ଜେଣ୍ଟ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଭାଗ ନେଇଥିବା 7300 ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି ସ୍ୱପ୍ନା । ଗତ ଜାନୁଆରୀ ମାସରେ ଦିଲ୍ଲୀ ସ୍ଥିତ ମିସ ଓ ମିସେସ ଇଣ୍ଡିଆ ଡିଭାସ ବିୟୁଟି ପି ଜେଣ୍ଟ ସିଜନ 4 ଅନଲାଇନ ଅଡିସନରେ ଚୟନ ହୋଇଥିଲେ ସ୍ୱପ୍ନା । ତାପରେ ସେ ଫୁଲ୍ ଦମରେ ନିଜକୁ ପ୍ରସ୍ତୁତି କରିଥିଲେ ଏହି ପ୍ରତିଯୋଗିତା ପାଇଁ ।

ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକିଲେ ସ୍ବପ୍ନା

ସେପ୍ଟେମ୍ବର 24 ତାରିଖରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ପ୍ରତିଯୋଗିତାର ନିୟମ ଅନୁଯାୟୀ ପ୍ରଥମ ରାଉଣ୍ଡରେ 200 ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ପରବର୍ତ୍ତୀ ରାଉଣ୍ଡରେ 34 ଜଣ ପ୍ରତିଯୋଗୀ ଚୟନ ହୋଇଥିଲେ । ଫାଇନାଲ ରାଉଣ୍ଡରେ 5 ଜଣ ପ୍ରତିଯୋଗୀଙ୍କ ସହ ଚୟନ ହୋଇଥିଲେ ସମ୍ବଲପୁର ସହରର ସ୍ୱପ୍ନା ଭାରତୀ । ବିଭିନ୍ନ ପ୍ରଶ୍ନର ଉତ୍ତର ସହ ନିଜ ବୁଦ୍ଧିମତାର ପରିଚୟ ଦେଇ ସେ ପ୍ରଥମ ରନର୍ସ ଅପର ସାର୍ଟିଫିକେଟ ଓ କ୍ରାଉନ ହାତେଇ ସମ୍ବଲପୁର ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ।

ସର୍ବଭାରତୀୟ ସ୍ତରରେ ଏହି କ୍ରାଉନ ଜିତିଥିବା କାରଣରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏହା ସହିତ ତାଙ୍କର ଏହି ସଫଳତା ପାଇଁ ସମ୍ବଲପୁରରେ ମଧ୍ୟ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଶନିବାର ଏକ ସଭାରେ ତାଙ୍କୁ ଘରୋଇ ଅନୁଷ୍ଠାନ ଉଡାନ ତରଫରୁ ନିର୍ଦ୍ଦେଶିକା ତମନ୍ନା ସାମନ୍ତରାଏ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଏକ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।

ଏ ସଫଳତା ବାବଦରେ ସ୍ବପ୍ନା ଭାରତୀ କହିଛନ୍ତି " ଏହି ପ୍ରତିଯୋଗିତା ପାଇଁ ପ୍ରଥମେ ଅନଲାଇନରେ ଅଡିସନ ହୋଇଥିଲା । ଅନଲାଇନ ଅଡିସନରେ ପ୍ରଥମେ ଚୟନ ହୋଇଥିଲି । ତାପରେ ଏହା ଫାଇନାଲ ଅଡିସନ ଜାନୁଆରୀରେ ହୋଇଥିଲା । ଫାଇନାଲ ଅଡିସନରେ ଚୟନ ହେବା ପରେ ମୁଁ ପ୍ରତିଯୋଗିତା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲି । ତାପରେ ଦିଲ୍ଲୀରେ ଅଫଲାଇନରେ ଏହାର ପ୍ରତିଯୋଗିତା ରାଉଣ୍ଡ ଅନୁସାରେ ହୋଇଥିଲା । ଅଫଲାଇନ ଫାଇନାଲ ପ୍ରତିଯୋଗିତାରେ ମୁଁ ପ୍ରଥମ ରନର୍ସ ଅପ ହୋଇଥିଲି । ସର୍ବଭାରତୀୟ ସ୍ତରରେ ୭୩୦୦ ପ୍ରତିଯୋଗୀ ଆସିଥିଲେ । ମୋ ପରିବାରକୁ ମୁଁ ଏଥିପାଇଁ ବହୁତ ଧନ୍ୟବାଦ ଜଣାଇବି ସେମାନେ ମୋତେ ବହୁତ ସମର୍ଥନ କରିଛନ୍ତି ।"


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details