ସମ୍ବଲପୁର:ବିଜ୍ଞାନର ଅଗ୍ରଗତି ସହିତ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଅପରାଧୀମାନେ ଠକେଇ ଲାଗି ବିଭିନ୍ନ ପ୍ରକାର ନୂଆନୂଆ ପନ୍ଥା ଆପଣାଉଛନ୍ତି । ଠିକ ସେହିପରି କିଛି ସାଇବର ଅପରାଧୀ ଟଙ୍କା ହଡ଼ପ କରିବା ଲାଗି ସମ୍ବଲପୁର ଏସ୍ପିଙ୍କ ନାଁରେ ଖୋଲିଛନ୍ତି ନକଲି ଫେସ୍ବୁକ୍ ଆକାଉଣ୍ଟ । ଏହି ଆକାଉଣ୍ଟ ଜରିଆରେ ଖୁଲମଖୁଲା ବଟି ମାଗୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଘଟଣାରେ ରାଜସ୍ଥାନରୁ ୪ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି ଜିଲ୍ଲା ସାଇବର ପୋଲିସ ।
ଅପରାଧୀଙ୍କୁ ପୋଲିସ ଗିରଫ କରିବା ସହ ୧୫ଟି ମୋବାଇଲ ଓ ୨୦ଟି ସିମକାର୍ଡ ଜବତ କରିଛି । ଗିରଫ ଯୁବକମାନେ ହେଲେ ରାଜସ୍ଥାନ ଅଲଓ୍ଵର ଜିଲ୍ଲାର କାକରାଲି ଗ୍ରାମର ଫାରୁକ ଖାନ, ଅଲିମ ଖାନ, ଜାବେଦ ଖାନ, ସୁରୁପ ଖାନ ଓ ଅନ୍ୟ ଜଣେ ନାବାଳକ । ଏହି ଗ୍ୟାଙ୍ଗ ନକଲି କାଗଜ ପତ୍ର କରି ବ୍ୟାଙ୍କ ଆକାଉଣ୍ଟ ସହ ସିମକାର୍ଡ ତିଆରି କରି ସାଇବର ଠକେଇ ଚଲାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ନାମରେ ଏହି ଅଭିଯୁକ୍ତମାନେ ଏକ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲିଥିଲେ ।
ଏହା ବି ପଢନ୍ତୁ- Firing Case: ଆଠଗଡ଼ରେ ଫୁଟିଲା ଗୁଳି, ୩ ଗୁରୁତର ଆହତ SCBରେ ଭର୍ତ୍ତି