ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ସୋମବାର ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ 93 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ 32 ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ 61 ଜଣଙ୍କୁ ଆକ୍ଟିଭ୍ ସର୍ଭିଲେନ୍ସ ଟିମ ଚିହ୍ନଟ କରିଛି।
ସମ୍ବଲପୁରରେ ପୁଣି 93 କୋରୋନା ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁରରେ ପୁଣି 93 କୋରୋନା ଆକ୍ରାନ୍ତ
ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କୋରୋନା ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ସୋମବାର ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ 93 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁରରେ ପୁଣି 93 କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ସମ୍ବଲପୁର ମହାନଗର ଅଞ୍ଚଳର ଅଟନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 581 ରେ ପହଞ୍ଚିଥିବା ବେଳେ 218 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 362 ଟି ସକ୍ରିୟ ମାମଲା ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ