ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି - ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଭାଲୁ ଆକ୍ରମଣ

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର ବଡ଼ବାହାଲ ଅଞ୍ଚଳେ ଗତ 2 ଦିନ ଭିତରେ ଜଙ୍ଗଲୀ ଭାଲୁ ଆକ୍ରମଣରେ 3 ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ଲୋକେ । ଅଧିକ ଜାଣନ୍ତୁ...

sambalpur-compensation-demand-for-the-families-of-killed-in-the-bear-attack
ଭାଲୁ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି

By

Published : Jun 18, 2020, 4:02 AM IST

ସମ୍ବଲପୁର: ଭାଲୁ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର ବଡବାହାଲ ପଞ୍ଚାୟତ ବନିଆବନ୍ଦ ଗାଁରେ ଗତ 2 ଦିନ ଭିତରେ ଜଙ୍ଗଲୀ ଭାଲୁ ଆକ୍ରମଣରେ 3 ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି

ସମ୍ବଲପୁର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ ତାଙ୍କ ଘରକୁ ପହଞ୍ଚି ଥିଲେ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ ବନ ବିଭାଗର ତ୍ରୁଟିପୂର୍ଣ୍ଣ ବନ ପରିଚାଳନା ନୀତି ଯୋଗୁଁ ଏହି ଅଞ୍ଚଳରେ କେତେବେଳେ ହାତୀ ଆକ୍ରମଣ ହେଉଛି ତ କେତେବେଳେ ଭାଲୁ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା କହିଛନ୍ତି। ଲୋକଙ୍କ ମନରୁ ଭାଲୁର ଭୟ ଦୂର କରିବାକୁ ଭାଲୁକୁ ଅନ୍ୟତ୍ର ଘଉଡାଇ ଦେବାକୁ ବନ ବିଭାଗକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ସହ ସଂଘର୍ଷ ସମୟରେ ଗୋଟିଏ ଛୋଟ ଭାଲୁର ମୃତ୍ୟୁ ହେବା ପରେ ମା ଭାଲୁ ଟି ଅତି ହିଂସ୍ର ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି। ଭାଲୁ ଉପରେ ବନ ବିଭାଗ ନଜର ନରଖିଲେ ଆଗକୁ ଭାଲୁ ଆକ୍ରମଣରେ ଆହୁରି ଲୋକଙ୍କ ଜୀବନ ହାନି ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ABOUT THE AUTHOR

...view details