ସମ୍ବଲପୁରରେ ବଢୁଛି ସଂକ୍ରମଣ, କୋଭିଡ ମୁକାବିଲା ପାଇଁ ସଚେତନ ଜିଲ୍ଲାପାଳ
ସମ୍ବଲପୁରରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସମ୍ବଲପୁରରେ କୋଭିଡ ମୁକାବିଲା ନେଇ ଜିଲ୍ଲାପାଳଙ୍କ ସୂଚନା
ସମ୍ବଲପୁର:ଜିଲ୍ଲାରେ ବର୍ତ୍ତମାନ କୋଭିଡ ସଂକ୍ରମଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବିଗତ ଗୋଟିଏ ସପ୍ତାହ ହେଲା ସଂକ୍ରମିତଙ୍କ ସଂଖ୍ୟା 100 ପାଖାପାଖି ରହିଛି । ଗତକାଲି(ସୋମବାର) 121 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି(ମଙ୍ଗଳବାର) ଜିଲ୍ଲାରୁ 114 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ଜନସାଧାରଣଙ୍କୁ କୋଭିଡ କଟକଣା ମାନିବାକୁ ସମ୍ବଲପୁର ଜିଲ୍ଲାପାଳ ଅପିଲ କରିବା ସହ ଜିଲ୍ଲାରେ କୋଭିଡ ମୁକାବିଲା ସ୍ଥିତି ନେଇ ସୂଚନା ଦେଇଛନ୍ତି ।