ଓଡିଶା

odisha

ETV Bharat / state

ସମ୍ବଲପୁର ସିଟି ଷ୍ଟେସନ ଡକାୟତି ଘଟଣା, ୭ ଡକାୟତ ଗିରଫ - ସମ୍ବଲପୁର ସିଟି ଷ୍ଟେସନରେ ଡକାୟତି

ଗତ ୩ ତାରିଖରେ ହୋଇଥିବା ଡକାୟତି ଘଟଣାରେ ଆଜି ସମ୍ବଲପୁରର ଧନୁପାଲି ପୋଲିସ ୭ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ

ସମ୍ବଲପୁର ସିଟି ଷ୍ଟେସନ ଡକାୟତି ଘଟଣା, ସାତ ଡକାୟତ ଗିରଫ
ସମ୍ବଲପୁର ସିଟି ଷ୍ଟେସନ ଡକାୟତି ଘଟଣା, ସାତ ଡକାୟତ ଗିରଫ

By

Published : Jun 11, 2022, 5:32 PM IST

ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟସ୍ଥ ବ୍ୟବସାୟୀ ତିଳକ ଡାଲମିଆଁଙ୍କ ଘରୁ ଗତ ୩ ତାରିଖରେ ହୋଇଥିବା ଡକାୟତି ଘଟଣାରେ ଆଜି ସମ୍ବଲପୁର ଧନୁପାଲି ପୋଲିସ ୭ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁର ସିଟି ଷ୍ଟେସନ ଡକାୟତି ଘଟଣା, ସାତ ଡକାୟତ ଗିରଫ

ସୂଚନାନୁସାରେ ଗତ ୩ ତାରିଖରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ଅଞ୍ଚଳର ତିଳକ ଡାଲମିଆଁଙ୍କ ଘରୁ ଦିନ ଦ୍ୱିପ୍ରହରରେ ଡକାୟତି ହୋଇଥିଲା । ଏହି ଘଟଣା ସବୁ ସିସିଟିଭିରେ କଏଦ ହୋଇଥିଲା । ଏନେଇ ଧନୁପାଲି ଥାନାରେ ଏତଲା ହେବା ପରେ ଧନୁପାଲି ପୋଲିସ, ସାଇବର ଥାନାର ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା । ସହରର ସମସ୍ତ ସିସିଟିଭିକୁ ଯାଞ୍ଚ କଲା ପରେ ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏହାସହ ଘଟଣାରେ ସମ୍ପୃକ୍ତି ଥିବା ଆଉ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦ହଜାର ନଗଦ ଟଙ୍କା, ୫ଟି ମୋଟର ସାଇକେଲ, ଗୋଟିଏ କାର୍ ଜବତ ହୋଇଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବଳରାମ କିଷାନ, ଅର୍ଜୁନ କୁମୁରା, ରିଙ୍କୁ କୁମୁରା, ଥିପେ ରଣବିଦା, ଶମ୍ଭୁ ଠାକୁର, ପ୍ରବୀଣ କୁମାର, ସାଗର ମୁଣ୍ଡା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details