ଓଡିଶା

odisha

ETV Bharat / state

ନିଆରା ପରମ୍ପରା; ମହରମ ପାଳୁଛନ୍ତି ହିନ୍ଦୁ ପରିବାର - ମୁଦିପଡାର ପଢିଆରୀ ପରିବାର

ସମ୍ବଲପୁରରେ ମହରମ ପାଳିତ । ସାମିଲ ହେଲେ ହିନ୍ଦୁ ମୁସଲମାନ ସଂପ୍ରଦାୟର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 11, 2019, 10:49 PM IST

ସମ୍ବଲପୁର: ସମ୍ବଲପୁରରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ବଳିଦାନର ପର୍ଵ ମହରମ । ତେବେ ସମ୍ବଲପୁର ମହରମର ଏକ ସ୍ଵତନ୍ତ୍ରତା ରହିଛି। କାହିଁକି ନା ଏମିତି ମହରମ ଆଉ କୌଣସି ସ୍ଥାନରେ ହେଉନାହିଁ । କାରଣ 3ଶହ ବର୍ଷ ହେଲା ଏଠାରେ ଏକ ହିନ୍ଦୁ ପରିବାର ମହରମ ପାଳନ କରିଆସୁଛନ୍ତି । ଆଉ ତାଜିଆ ଶୋଭାଯାତ୍ର ମଧ୍ୟ ବାହାର କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ମୁଦିପଡାର ପଢିଆରୀ ପରିବାର ଅତି ଶ୍ରଦ୍ଧାର ସହ ମହରମ ପାଳନ କରି ସାମ୍ପ୍ରଦାୟିକ ସଦଭାବନାର ଉଦାହରଣ ସୃଷ୍ଟି କରୁଛନ୍ତି । ପ୍ରତ୍ୟେକ ବର୍ଷ ଏହି ପରିବାର ତାଜିଆ ଶୋଭାଯାତ୍ରା କରିଥାନ୍ତି । ଯେଉଁଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ଲୋକ ଅଶଂଗ୍ରହଣ କରନ୍ତି ।

ସୂଚନା ଅନୁସାରେ 1664 ମସିହାରେ ସାଉଦି ଆରବର ମକ୍କାରୁ ମସ୍ଥାନ ଓ ନଜିର ନାମକ 2 ଜଣ ଇସଲାମ ଧର୍ମଗୁରୁ ସମ୍ବଲପୁର ଆସି ମୁଦିପଡାର ପଢିଆରୀ ପରିବାର ସହ 12 ବର୍ଷ ପର୍ଯ୍ୟନ୍ତ ରହିଥିଲେ । ସେମାନେ ହିଁ ତତ୍କାଳୀନ ରାଜା ଛତ୍ରସେନ ଦେବଙ୍କ ଠାରୁ ଏହି ମହରମ ତଜିଆ ଶୋଭାଯାତ୍ରା ବାହାର କରିବା ପାଇଁ ଅନୁମତି ନେଇଥିବା ଐତିହାସିକ ମତଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details