ସମ୍ବଲପୁର:ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।
ଆଜି (ଶୁକ୍ରବାର) ସେ ତାଙ୍କର ଡ୍ରାଇଭର ସହ ନିଜ କାରରେ ଯାଉଥିବା ବେଳେ ଶାସନ ଛକରେ କୌଣସି କାମରେ ଅଟକି ଥିଲେ ଆଉ ନିଜ ଡ୍ରାଇଭରକୁ କୌଣସି କାର୍ଯ୍ୟ ପାଇଁ ନିକଟସ୍ଥ ଅଞ୍ଚଳକୁ ପଠାଇଥିଲେ ।