ସମ୍ବଲପୁର: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାର ସି.ବି.ଆଇ ତଦନ୍ତ ଦାବିରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ବିଜେପି ପକ୍ଷରୁ ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରାଯାଇଛି। ଏହା ରାଜ୍ୟରେ ନିଖୋଜ ଥିବା ୫୫୦୩ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଦାବି କରାଯାଇଛି ।
ପରୀର ପରିବାର ସହ ସମସ୍ତ ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର, ସମ୍ବଲପୁର ଜିଲ୍ଲାରେ ମଧ୍ୟ ନିଖୋଜ ଥିବା ୮୦ ଜଣ ଶିଶୁଙ୍କ ଘଟଣାରେ ତଦନ୍ତ ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ଭଳି ଦାବି କରିଛି ସମ୍ବଲପୁର ବିଜେପି ବିଧାନସଭା ନିର୍ବାଚନ ମଣ୍ଡଳୀ।