ଓଡିଶା

odisha

ETV Bharat / state

କୃଷକଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା - ସମ୍ବଲପୁର ବିଜେପି କୃଷକ ସମସ୍ୟା

କୃଷକଙ୍କ ସମସ୍ୟା ନେଇ 2 ଘଣ୍ଟିଆ ରାଜରାସ୍ତା ଅବରୋଧ କରିଥିବା ବେଳେ ଆଜି ପୁଣି ଜିଲ୍ଲା ଯୋଗାଣ ବିଭାଗର ଅଫିସ ସମ୍ମୁଖରେ ସମ୍ବଲପୁର ବିଜେପି ପକ୍ଷରୁ ଧାରଣା ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

କୃଷକଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦେଲା ବିଜେପି
କୃଷକଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦେଲା ବିଜେପି

By

Published : Jul 2, 2021, 9:26 PM IST

ସମ୍ବଲପୁର: କୃଷକଙ୍କ ସମସ୍ୟାକୁ ନେଇ ବିଜେପି ବାରମ୍ବାର ବିଭିନ୍ନ ଆନ୍ଦୋଳନ କରୁଛି । ଗତକାଲି (ଗୁରୁବାର) କୃଷକଙ୍କ ସମସ୍ୟା ନେଇ 2 ଘଣ୍ଟିଆ ରାଜରାସ୍ତା ଅବରୋଧ କରିଥିବା ବେଳେ ଆଜି ପୁଣି ଜିଲ୍ଲା ଯୋଗାଣ ବିଭାଗର ଅଫିସ ସମ୍ମୁଖରେ ବିଜେପି ଧାରଣା ପ୍ରଦର୍ଶନ କରିଛି ।

କୃଷକଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦେଲା ବିଜେପି

ମୁଖ୍ୟତଃ ଟୋକନ ଅବ୍ୟବସ୍ଥା, ଟୋକନର ଅବଧି ବୃଦ୍ଧି, ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ, ମିଲର ରାଜ ଆଦି କୃଷକ ସମସ୍ୟାକୁ ନେଇ ବିଜେପି ଜିଲ୍ଲା ଯୋଗାଣ ବିଭାଗ ଅଫିସ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟ ସରକାରଙ୍କ କୃଷିନୀତିକୁ ବିରୋଧ କରାଯାଇଛି । ଏବିସବୁ କୃଷକ ସମସ୍ୟାର ସମାଧାନ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି ।

ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ପ୍ରମୁଖ ସାମିଲ ହୋଇଥିଲେ । ତେବେ କୃଷକଙ୍କ ସମସ୍ୟା ନେଇ ବେଜେପି ଯେଉଁ ଆନ୍ଦୋଳନ କରୁଛି ସେଥିରେ ଜିଲ୍ଲା କୃଷକ ସଙ୍ଗଠନ ତାର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ 3 କୃଷି ଆଇନକୁ ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ବିରୋଧ କରୁଥିବାରୁ ରାଜ୍ୟ ସରକାରଙ୍କ କୃଷିନୀତି ବିରୁଦ୍ଧରେ ବିଜେପି ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ବିଜେପିକୁ କୃଷକ ସଙ୍ଗଠନ ସମର୍ଥନ କରୁନଥିବା ଚର୍ଚ୍ଚା ହେଉଛି । ତେବେ ବିଜେପିର ଏହି ଆନ୍ଦୋଳନ ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ କେତେ ଚାପ ସୃଷ୍ଟି କରିପାରୁଛି ଅଥବା ଏହି ପ୍ରସଙ୍ଗ ନେଇ ଲୋକଙ୍କ ସମର୍ଥନ କେତେ ପାଇ ପାରିବ ତାହା ଦେଖିବାକୁ ବାକି ରହିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details