ଓଡିଶା

odisha

ETV Bharat / state

ସମ୍ବଲପୁର ବିଜେପିର ସାମ୍ବାଦିକ ସମ୍ମିଳନୀ, ରାଜ୍ୟ ସରକାରଙ୍କୁ ଟାର୍ଗେଟ - ସମ୍ବଲପୁର ବିଜେପିର ସାମ୍ବାଦିକ ସମ୍ମିଳନୀ

ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୋଲିସ ସହ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଧସ୍ତାଧସ୍ତି ଘଟଣା ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳର ବିଜେପି ନେତା ଲୋକନାଥ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣା ନେଇ ଏହି ସାମ୍ବାଦିକ ସମ୍ମିଳନୀ ହୋଇଛି।

ସମ୍ବଲପୁର ବିଜେପିର ସାମ୍ବାଦିକ ସମ୍ମିଳନୀ , ରାଜ୍ୟ ସରକାରଙ୍କୁ ଟାର୍ଗେଟ
ସମ୍ବଲପୁର ବିଜେପିର ସାମ୍ବାଦିକ ସମ୍ମିଳନୀ , ରାଜ୍ୟ ସରକାରଙ୍କୁ ଟାର୍ଗେଟ

By

Published : Jul 29, 2020, 5:07 PM IST

ସମ୍ବଲପୁର: ଜିଲ୍ଲା ବିଜେପି ତରଫରୁ 2ଟି ପ୍ରସଙ୍ଗ ନେଇ ସାମ୍ବାଦିକ ସମ୍ମିଳନୀ ହୋଇଛି। ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୋଲିସ ସହ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଧସ୍ତାଧସ୍ତି ଘଟଣା ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳର ବିଜେପି ନେତା ଲୋକନାଥ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣା ନେଇ ଏହି ସାମ୍ବାଦିକ ସମ୍ମିଳନୀ ହୋଇଛି।


ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବା କହିଛନ୍ତି। ମୁଖ୍ୟତଃ ଅଣ କୋଭିଡ ରୋଗୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କୌଣସି ସୁଵିଧା କରିନଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ କୋଭିଡ ରୋଗୀଙ୍କ ପାଇଁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଅଣ କୋଭିଡ ରୋଗୀଙ୍କ ପାଇଁ ସାମାନ୍ୟ ଚିକିତ୍ସା ସେବାର ଅଭାବ ଥିବା ସେ କହିଛନ୍ତି। ଏହାଦ୍ୱାରା କିଛି ଦିନ ମଧ୍ୟରେ ସମ୍ବଲପୁରର ବରେଇପାଲି ଓ ଗୁଜୁରାଟୀ କଲୋନୀର 2 ଜଣ ଗରିବ ଅଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବଲପୁର ବିଜେପିର ସାମ୍ବାଦିକ ସମ୍ମିଳନୀ , ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଏପଟେ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମ୍ବଲପୁରର ଡାକ୍ତର ମାନଙ୍କୁ ଅନ୍ୟତ୍ର ବଦଳି କରାଯାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସମ୍ବଲପୁରର ଜନତାର ସେବା ପାଇଁ ସମର୍ପିତ ଅଟନ୍ତି କୌଣସି କେସ ମକଦ୍ଦମା ତାଙ୍କୁ ଚାପି ପାରିବ ନାହିଁ ବୋଲି ସେ ଆହୁରି କହିଛନ୍ତି।


ଅନ୍ୟପଟେ ଏହି ସାମ୍ବାଦିକ ସମ୍ମିଳନୀରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ବୌଦ୍ଧ ଜିଲ୍ଲାର କଣ୍ଟାମାଳର ବିଜେପି ନେତା ଲୋକନାଥ ପ୍ରଧାନଙ୍କ ହତ୍ୟାକାଣ୍ଡକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଓ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଉ ବୋଲି ସେ ବିଜେପି ପକ୍ଷରୁ କହିଛନ୍ତି।



ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details