ଓଡିଶା

odisha

ETV Bharat / state

ଚାଷୀଙ୍କ ସମସ୍ୟା ନେଇ ସିଏସଓ ଅଫିସ ଘେରିଲା ସମ୍ବଲପୁର ବିଜେପି - ଚାଷୀଙ୍କ ସମସ୍ୟା ନେଇ ସି ଏସ ଓ ଅଫିସ ଘେରାଉ

ସମ୍ବଲପୁରରେ ମିଲରଙ୍କ ଅତ୍ୟଧିକ କଟନି ଛଟନି ନୀତି ଯୋଗୁ ଚାଷୀ ଶୋଷିତ ହେଉଥିବାବେଳେ ମଣ୍ଡି ଗୁଡିକରେ ବିକ୍ରି ହୋଇନପାରି ଧାନ ସବୁ ଗଦା ହୋଇଛି । ଏଥିପାଇଁ ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାକୁ ଦାୟୀ କରିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ଅଧିକ ପଢନ୍ତୁ...

ଚାଷୀଙ୍କ ସମସ୍ୟା ନେଇ ସି ଏସ ଓ ଅଫିସ ଘେରିଲା ସମ୍ବଲପୁର ବିଜେପି
ଚାଷୀଙ୍କ ସମସ୍ୟା ନେଇ ସି ଏସ ଓ ଅଫିସ ଘେରିଲା ସମ୍ବଲପୁର ବିଜେପି

By

Published : Dec 19, 2020, 3:06 PM IST

ସମ୍ବଲପୁର: ପଶ୍ଚିମ ଓଡିଶାର ଅନ୍ୟତମ ଅଧିକ ଶସ୍ୟ ଉତ୍ପାଦନ କରୁଥିବା ସମ୍ବଲପୁରରେ ଚାଷୀଙ୍କ ଚିନ୍ତା ଏବେ ବଢିବାରେ ଲାଗିଛି । ଚଳିତ ବର୍ଷ ଧାନ ବମ୍ଫର କ୍ରପ କଟିଙ୍ଗ ହୋଇଥିବାବେଳେ ଚାଷୀ ଭଲ ଦି ପଇସା ପାଇବା ଆଶା କରିଥିଲା । କିନ୍ତୁ ଚାଷୀର ଆଶା କେବଳ ଆଶାରେ ରହିଗଲା । କାରଣ ବର୍ତ୍ତମାନ ଏଭଳି ପରିସ୍ଥିତି ସମ୍ବଲପୁର ଜିଲ୍ଲାରେ ଲାଗି ରହିଛି ଯେ, ଚାଷୀର ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି ।

ଚାଷୀଙ୍କ ସମସ୍ୟା ନେଇ ସି ଏସ ଓ ଅଫିସ ଘେରିଲା ସମ୍ବଲପୁର ବିଜେପି

ଜିଲ୍ଲାରେ ମିଲରଙ୍କ ଅତ୍ୟଧିକ କଟନି ଛଟନି ନୀତି ଯୋଗୁ ଚାଷୀ ଶୋଷିତ ହେଉଥିବାବେଳେ ମଣ୍ଡି ଗୁଡିକରେ ବିକ୍ରି ହୋଇନପାରି ଧାନ ସବୁ ଗଦା ହୋଇଛି । ଏଥିପାଇଁ ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାକୁ ଦାୟୀ କରିଛି ମୁଖ୍ୟ ବିରୋଧୀ ଦଳ ବିଜେପି । ସମ୍ବଲପୁରର ସମସ୍ତ ମିଲରେ ବସ୍ତା ପିଛା ୪ ରୁ ୫ କେଜି କଟନି ଛଟନି ହେଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ସମ୍ବଲପୁର ଯୋଗାଣ ବିଭାଗ ଅପାରଗତା ପ୍ରତିବାଦରେ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଙ୍କ କାଯ୍ୟାଳୟରେ ଘେରାଉ କରି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛି ।

ଅନ୍ୟପଟେ ଜିଲ୍ଲାରେ ଚାଷୀଙ୍କ ସମସ୍ୟାର ସମାଧାନ ସହ ଧାନ ସଂଗ୍ରହରେ ଯେଭଳି ବାଧା ନଆସେ ସେନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଏହାସହ ଯେଉଁ ମିଲରଙ୍କ ନାଁରେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ କହିଛନ୍ତି । ତେବେ ଚାଷୀଙ୍କ ସମସ୍ୟା ସମାଧାନ ସହ କଟନି ଛଟନି ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରଖିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ବିଜେପି ।



ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details