ସମ୍ବଲପୁର:ଚାଷୀଙ୍କ ବକେୟା ଫସଲବୀମା ପ୍ରସଙ୍ଗ ନେଇ ସମ୍ବଲପୁରରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କଲା ସମ୍ବଲପୁର ଜିଲ୍ଲା ବିଜେଡି । ଆଜି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ନେତୃତ୍ବରେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସମ୍ବଲପୁରରେ କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ବିଜେଡି । ଏଥର ଚାଷୀଙ୍କ ଫସଲବୀମା ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଛି ବିଜେଡି । ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ୫୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ବାକି ଥିବାର ଅଭିଯୋଗ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏହି ପଶ୍ଚିମ ଓଡିଶାର ଚାଷୀଙ୍କ ୫୦୦ କୋଟି ଟଙ୍କାର ବୀମା ରାଶି ଅଟକି ରହିଥିବା କହିଛି ଜିଲ୍ଲା ବିଜେଡି। ଏହି ପ୍ରସଙ୍ଗରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି।
ଏହା ବି ପଢନ୍ତୁ- କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ, ସମ୍ବଲପୁରରେ ମାଡିବସିଲା ଅବକାରୀ ବିଭାଗ