ଓଡିଶା

odisha

ETV Bharat / state

ଭୋଟ ଦେଲେ ଡ.ରାସେଶ୍ବରୀ ପାଣିଗ୍ରାହୀ

ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ ଡ.ରାସେଶ୍ବରୀ ପାଣିଗ୍ରାହୀ । ସେ ସମ୍ବଲପୁର ଶାନ୍ତିନଗର ପ୍ରଫେସର କଲୋନୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର 95 ନଂ ପିଙ୍କ ବୁଥରେ ଭୋଟଦାନ କରିଛନ୍ତି ।

By

Published : Apr 23, 2019, 10:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର : ସାରା ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଓଡିଶାରେ ମୋଟ 6ଟି ଲୋକସଭା ଓ 42ଟି ବିଧାନସଭା ପାଇଁ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟର ମାନେ ଉତ୍ସାହ ସହକାରେ ଭୋଟଗ୍ରହଣ କେନ୍ଦ୍ରରେ ଭୋଟ ଦେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସେହିପରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ ଡ.ରାସେଶ୍ବରୀ ପାଣିଗ୍ରାହୀ । ସେ ସମ୍ବଲପୁର ଶାନ୍ତିନଗର ପ୍ରଫେସର କଲୋନୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର 95 ନଂ ପିଙ୍କ ବୁଥରେ ଭୋଟଦାନ କରିଛନ୍ତି । ଏହି ବୁଥରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ

ABOUT THE AUTHOR

...view details