ସମ୍ବଲପୁର: ରାଜ୍ୟରେ ଆଉ 2ଟି ହାଇକୋର୍ଟ ବେଞ୍ଚର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟ ସରକାର 2013ରୁ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଜଣାଇସାରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ମତ ଲୋଡିଛନ୍ତି । ହାଇକୋର୍ଟ ବିଚାରପତିଙ୍କ ମତାମତ ମିଳିନଥିବାରୁ ଏହା ଅଟକି ରହିଛି । ତେବେ ଯେଉଁମାନେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନାକୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିରୋଧ କରୁଛନ୍ତି, ତାହା ବାସ୍ତବରେ ନିନ୍ଦନୀୟ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ।
ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା - ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା
ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ କଟକ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିବା ପରେ ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ସଭାପତି ସୁରେଶ୍ବର ମିଶ୍ର । ଅଧିକ ପଢନ୍ତୁ
![ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା](https://etvbharatimages.akamaized.net/etvbharat/prod-images/768-512-15329617-thumbnail-3x2-smb.jpg)
ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା
ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା
ତେବେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ରହିଲେ ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ