ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲ ସ୍ଥାପନ ନେଇ ସମ୍ବଲପୁର ଓକିଲ ସଂଘର ବିରୋଧ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ସମ୍ବଲପୁର ସହରରେ ହେବାକୁଥିବା ପ୍ରସ୍ତାବିତ ଦ୍ଵିତୀୟ କୋଭିଡ ହସ୍ପିଟାଲର ସ୍ଥାନ ଚୟନକୁ ବିରୋଧ କଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲ ସ୍ଥାପନକୁ ନେଇ ସମ୍ବଲପୁର ଓକିଲ ସଂଘ ବିରୋଧ
କୋଭିଡ ହସ୍ପିଟାଲ ସ୍ଥାପନକୁ ନେଇ ସମ୍ବଲପୁର ଓକିଲ ସଂଘ ବିରୋଧ

By

Published : Jun 8, 2021, 7:13 PM IST

ସମ୍ବଲପୁର: ସହରର ମଧ୍ୟ ଭାଗରେ ଥିବା ଗୋଲବଜାର ମାର୍କେଟ ନିକଟସ୍ଥ ଏକ ଘରୋଇ ନର୍ସିଂହୋମରେ ଏକ କୋଭିଡ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମ୍ବଲପୁର ଗସ୍ତରେ ଆସି ସୂଚନା ଦେଇଥିଲେ। ତେବେ ଏନେଇ ସ୍ଥାନୀୟ ଲୋକ ଏହାର ବିରୋଧ ମଧ୍ୟ କରିଛନ୍ତି। ମଙ୍ଗଳବାର ସମ୍ବଲପୁର ଓକିଲ ସଂଘ କହିଛି ଯେ ନୂଆଁ କୋଭିଡ ହସ୍ପିଟାଲକୁ ସ୍ବାଗତ କରାଯାଉଛି ତେବେ ଯେଉଁ ସ୍ଥାନରେ ଏହାକୁ କରିବାକୁ ନିଷ୍ପତ୍ତି ନିଆଯାଇଛି ସେହି ସ୍ଥାନଟି ସହରର ମଧ୍ୟ ଭାଗରେ ଅଛି ତଥା ବହୁ ଜନଗହଳି ପୂର୍ଣ୍ଣ ଅଟେ।

କୋଭିଡ ହସ୍ପିଟାଲ ସ୍ଥାପନକୁ ନେଇ ସମ୍ବଲପୁର ଓକିଲ ସଂଘ ବିରୋଧ

ଏହା ସହ ଯେଉଁ ଘରୋଇ ହସ୍ପିଟାଲରେ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ତାର ଚାରିପଟେ କାନ୍ଥ ବାଡ଼ କିଛି ନାହିଁ। ଏଭଳି ସ୍ଥିତିରେ ଏଠାରେ କୋଭିଡ ହସ୍ପିଟାଲ ହେଲେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଭୟ ରହିଛି ବୋଲି ଜିଲ୍ଲା ଓକିଲ ସଂଘ କହିବା ସହ ଏହି ହସ୍ପିଟାଲକୁ ଅନ୍ୟତ୍ର କରାଯାଉ ବୋଲି ଦାବି କରାଯାଇଛି। ଏହା ସହ ସମ୍ବଲପୁର ସହରରେ ଚାଲିଥିବା ଫ୍ଲାଇ ଓଭର କାର୍ଯ୍ୟରେ ହେଉଥିବା ବିଳମ୍ବ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛି ଜିଲ୍ଲା ଓକିଲ ସଂଘ।

ଅନ୍ୟପଟେ ସହରରେ ହେଉଥିବା ବେଆଇନ ଗୋହତ୍ୟା ରୋକିବାକୁ ଜିଲ୍ଲା ପ୍ରଶାସନକୁ ଦାବି କରିଛି ଜିଲ୍ଲା ଓକିଲ ସଂଘ। ଏହା ସହ ସମ୍ବଲପୁର ବିଶ୍ବ ବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମ ଦାହ ଜନିତ ମୃତ୍ୟୁ ଘଟଣାରେ ସମ୍ବଲପୁର ପୋଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛି ସଂଘ। ଏପର୍ଯ୍ୟନ୍ତ କହିଁକି କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି ବୋଲି ପ୍ରଶ୍ନ କରିଛି ସଙ୍ଘ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details