ସମ୍ବଲପୁର: ରୋଗରେ ଆକ୍ରାନ୍ତ ବାଳକକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ବିରଳ ମାଂସପେଶୀ କ୍ଷୟ ଜନିତ ରୋଗରେ ପୀଡ଼ିତ ହୋଇଥିବା ସମ୍ବଲପୁରର ୧୬ ବର୍ଷ ବାଳକର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଟଙ୍କା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ରୋଗୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ରେଳ ଦୁର୍ଘଟଣା, CMRFକୁ ସହାୟତା ରାଶି ପ୍ରଦାନ କଲେ ବିଭିନ୍ନ ସଂଗଠନ
ଏହା ମଧ୍ୟ ପଢ଼ନ୍ତୁ:Balasore Train Accident: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର ଜିଲ୍ଲା ଚିପଲିମା ନିବାସୀ ଶୁକଦେବ ବେହେରାଙ୍କ ୧୬ ବର୍ଷୀୟ ପୁଅ ଶ୍ରୀତମ ବେହେରା । 7 ବର୍ଷ ବୟସରୁ ସେଡିଏମଡି ଡିଜିଜ ବା ମାଂସ ପେଶୀ ଜନିତ ଗୁରୁତର ସମସ୍ୟାରେ ପୀଡିତ ଅଛନ୍ତି । ପ୍ରତିଦିନ ବୁର୍ଲା ଭୀମସାର ମେଡ଼ିକାଲରେ ତାଙ୍କୁ ଡାଇଲେସିସ୍ କରିବାକୁ ପଡୁଛି l ପୁଅର ଚିକିତ୍ସା ପାଇଁ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବା ଉପରେ l ଏଭଳି ସ୍ଥିତିରେ ଶେଷରେ ରାଜ୍ୟ ସରକାରଙ୍କ ଉପରେ ଭରଷା କରି ଶ୍ରୀତମଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ତତ୍ପରତାର ସହ ନେଇ 10 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।