ଓଡିଶା

odisha

ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ 33 ନମ୍ବର ୱାର୍ଡବାସିନ୍ଦା - ସମସ୍ୟା ଘେରରେ ସମ୍ବଲପୁର 33 ନମ୍ବର ୱାର୍ଡ

ସମ୍ବଲପୁର ସହର 2014ରେ ମହାନଗର ନିଗମର ମାନ୍ୟତା ପାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏଠାରେ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରିନି । ଫଳରେ ବିଭିନ୍ନ ସମୟରେ ସହରରେ ରହି ମଧ୍ୟ ସହରୀ ସୁବିଧା ସୁଯୋଗରୁ ବଞ୍ଚିତ 33 ନମ୍ବର ୱାର୍ଡବାସୀ ।

ଡିଜାଇନ ଫଟୋ

By

Published : Aug 8, 2019, 2:36 PM IST

ସମ୍ବଲପୁର: ସମସ୍ୟା ଘେରରେ ସମ୍ବଲପୁର 33 ନମ୍ବର ୱାର୍ଡର ଗୌସିଆପଡା ବାସୀ । ଏଠାରେ ଥିବା ଗୌସିଆ ମସଜିଦ ନିକଟରେ ରହୁଛନ୍ତି ପ୍ରାୟ 50 ପରିବାର । ଯିବା ଆସିବାକୁ ଭଲ ରାସ୍ତା ନାହିଁ । ଯେତିକି ବି ଅଛି କାଦୁଅ ସରସର । ଆଉ ସ୍ଥାନେ ସ୍ଥାନେ ଜମା ହୋଇଛି ପୋଖରୀ ଭଳି ପାଣି । ଆଉ ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଅବହେଳା କରିଥିବାରୁ ବଢି ଚାଲିଛି ଜବରଦଖଲ । ଅପରିଷ୍କାର ପରିବେଶ ହେତୁ ନାନା ରୋଗରେ ମଧ୍ୟ ସଂକ୍ରମିତ ହେଉଛନ୍ତି ଏଠାକର ଲୋକେ । ଏଥିପାଇଁ 3 ବର୍ଷ ହେଲା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଭେଟିଥିଲେ ମଧ୍ୟ କୌଣସି ଲାଭ ପାଇ ନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏପଟେ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ତଥା ଏନଫୋର୍ସମେଣ୍ଟ ଅଫିସର ଏହି ସମସ୍ୟା ବିଷୟରେ ଅବଗତ ଥିବାର କହିଛନ୍ତି । ଏହି ଅଞ୍ଚଳରେ ବିଭିନ କାର୍ଯ୍ୟ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି । ତେବେ ଏଠାରେ କାଉନସିଲ ଗଠନ ହୋଇ ନଥିବାରୁ କାମରେ ବିଳମ୍ବ ହେଉଥିବାର କହି ନିଜର ଅସହାୟତା ପ୍ରକାଶ କରିଛନ୍ତି ।


ସହର ମଧ୍ୟରେ ରହି ସହରୀ ସୁବିଧାରୁ ବଞ୍ଚିତ ଏହି ସହରବାସୀ ଏବେ ଅପେକ୍ଷାରତ କେବେ ତାଙ୍କର ସମସ୍ୟାର ସମାଧାନ ହେଉଛି । ସମ୍ବଲପୁର ସହର 2014ରେ ମହାନଗର ନିଗମର ମାନ୍ୟତା ପାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏଠାରେ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରିନି । ଫଳରେ ବିଭିନ୍ନ ସମୟରେ ସହରରେ ରହି ମଧ୍ୟ ସହରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ବିଭିନ୍ନ ୱାର୍ଡର ଲୋକେ । ମୁଖ୍ୟତଃ ବର୍ଷା ଦିନେ ଏହି ଲୋକଙ୍କ ସମସ୍ୟା ବହୁତ ବଢିଯାଇଥାଏ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details