ଓଡିଶା

odisha

ETV Bharat / state

୩ ବର୍ଷ ହେଲା ଖୋଲୁନି ସମବାୟ ସମିତି, ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ - salabhata farmer protest

ରେଢ଼ାଖୋଲ ଉପଖଣ୍ଡ ସାଲେଭଟା ଅଞ୍ଚଳରେ ଚାଷୀ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ 3 ବର୍ଷ ହେବ ସାଲେଭଟା ସମବାୟ ସେବା ସମିତିରେ ତାଲା ପଡିଥିବାରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ 2000 ଚାଷୀ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଅଧିକ ପଢ଼ନ୍ତୁ...

୩ ବର୍ଷ ହେଲା ଖୋଲୁନି ସମବାୟ ସମିତି, ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
୩ ବର୍ଷ ହେଲା ଖୋଲୁନି ସମବାୟ ସମିତି, ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

By

Published : Aug 16, 2021, 7:18 PM IST

ସମ୍ବଲପୁର: ରେଢ଼ାଖୋଲ ଉପଖଣ୍ଡ ସାଲେଭଟା ଅଞ୍ଚଳରେ ଚାଷୀ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ 3 ବର୍ଷ ହେବ ସାଲେଭଟା ସମବାୟ ସେବା ସମିତିରେ ତାଲା ପଡିଥିବାରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ 2000 ଚାଷୀ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏଭଳି ସମସ୍ୟାକୁ ନେଇ ଆଜି(ସୋମବାର) ସମ୍ବଲପୁର କଚେରୀ ଛକ ସ୍ଥିତ ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ସ୍ଥାନୀୟ ଚାଷୀ ।

୩ ବର୍ଷ ହେଲା ଖୋଲୁନି ସମବାୟ ସମିତି, ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଏହାକୁ ନେଇ ସମ୍ବଲପୁର ସମବାୟ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଚାଷୀ ଉତ୍ତେଜନା ଦେଖିବାକୁ ମିଳିଥିଲା । ଚାଷୀମାନେ ନିବନ୍ଧକଙ୍କୁ 2 ଘଣ୍ଟା ଘେରାଉ କରିଥିଲେ । ଖାଲି ସେତିକି ନୁହେଁ ନିବନ୍ଧକଙ୍କ ସହ ଚାଷୀମାନେ ଯୁକ୍ତିତର୍କ ମଧ୍ୟ କରିଥିଲେ୍ । ଯାହାଫଳରେ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କଥା କଟାକଟି ଯୋଗୁୁଁ ନିଜ ସିଟ ଛାଡି ପଳେଇଲେ ନିବନ୍ଧକ।

3ବର୍ଷ ହେଲା ସାଲେଭଟା ସେବା ସମବାୟ ସମିତିରେ ତାଲା ପଡ଼ି ଅଚଳ ହୋଇ ପଡିଛି । ଫଳରେ ସ୍ଥାନୀୟ ଚାଷୀ ସାର ପାଉନାହାନ୍ତି କି ଋଣ ମଧ୍ୟ ପାଉନାହାନ୍ତି । ଏହିଭଳି ଭାବେ ବହୁ ଚାଷୀ ଧାନ ବିକ୍ରି କରିବାକୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟକୁ ଚାଷୀ ଦଉଡି ଦଉଡ଼ି ନୟାନ୍ତ ହେଲେ ସୁଦ୍ଧା କିଛି ଲାଭ ହେଉନାହିଁ । ଫଳରେ ଚାଷୀ ବାଧ୍ୟ ହୋଇ ସମବାୟ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହୋଇଛନ୍ତି ।

ତେବେ ଆଜି ମଧ୍ୟ କିଛି ଫଳ ମିଳିନଥିଲା । ଏହାର ପ୍ରତିବାଦରେ ଆସନ୍ତା 18 ତାରିଖରେ ରେଢ଼ାଖୋଲ ସ୍ଥିତି ବିଭାଗୀୟ ଏ.ଆର ଅଫିସ ସମ୍ମୁଖରେ ଚାଷୀମାନେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି ।



ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details