ସମ୍ବଲପୁର: ପାର୍ବଣ ସମୟରେ ଗତ 2 ଦିନ ହେଲା କରାଯାଇଥିବା ସ୍ବତନ୍ତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ବେଳେ ସହରର ବିଭିନ୍ନ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଟାଉନ ଥାନା ଅଞ୍ଚଳରେ ରିତିକ କୁମ୍ଭାର, ମନିଷ ବାଗ, ଇରଫାନ ଖାନ ଓ ଲକ୍ଷ୍ମୀ ନାରାୟଣ ସାହୁ ନାମକ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ପୋଲିସ ଭୁଜାଲି, ଛୁରା, ଲୁହା ରଡ, ଟର୍ଚ୍ଚ ଲାଇଟ, ଗାମୁଛା ଆଦି ସାମଗ୍ରୀ ଜବତ କରିଛି। ଏ ନେଇ ଧନୁପାଲି ପୋଲିସ ଏକ ମାମଲା ରୁଜୁ କରିଛି।
ତେବେ ଚଢାଉ ସମୟରେ ଅନ୍ଧକାରର ସୁଯୋଗ ନେଇ ସେମାନଙ୍କର ଅନ୍ୟ ସହଯୋଗୀ ମାନେ ଫେରାର ହୋଇଯାଇଛନ୍ତି।