ଓଡିଶା

odisha

ETV Bharat / state

ରେଢ଼ାଖୋଲ କଦଳିଗଡ଼ ୟୁନିୟନ ବ୍ୟାଙ୍କରେ ଡକାୟତି ଉଦ୍ୟମ ଫେଲ - ସମ୍ବଲପୁର ରେଢାଖୋଲ

ସମ୍ବଲପୁର ରେଢାଖୋଲ ଥାନା ଅନ୍ତର୍ଗତ କଡଳଗଡ ୟୁନିୟନ ବ୍ୟାଙ୍କ ଲୁଟ କରିବାକୁ ଆସିଥିବା ଡକାୟତଙ୍କ ଉଦ୍ୟମ ହେଲା ପଣ୍ଡ । ଟ୍ରେଜେରୀକୁ କାଟିବାକୁ ଉଦ୍ୟମ କରି ବିଫଳ ହେବାରୁ କାୟତମାନେ ଫେରାର ହୋଇଯାଇଥିଲା । ଅଧିକ ପଢନ୍ତୁ...

Robbery attempt failed in redhakhol union bank
ରେଢ଼ାଖୋଲ କଦଳିଗଡ଼ ୟୁନିୟନ ବ୍ୟାଙ୍କରେ ଡକାୟତି ଉଦ୍ୟମ ଫେଲ !

By

Published : Oct 31, 2020, 3:18 PM IST

ସମ୍ବଲପୁର: ପଣ୍ଡ ହେଲା ବ୍ୟାଙ୍କ ଡକାୟତି ଉଦ୍ୟମ । ସମ୍ବଲପୁର ରେଢାଖୋଲ ଥାନା ଅନ୍ତର୍ଗତ କଡଳଗଡ ୟୁନିୟନ ବ୍ୟାଙ୍କ ଲୁଟ କରିବାକୁ ଆସିଥିବା ଡକାୟତଙ୍କ ଉଦ୍ୟମ ବିଫଳ ହୋଇଛି । ଗତ ବଳମ୍ବିତ ରାତିରେ କିଛି ଡକାୟତ ବ୍ୟାଙ୍କର ଝରକାକୁ ଗ୍ୟାସ କଟରରେ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ । ଏହା ପରେ ଟ୍ରେଜେରୀକୁ କାଟିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ତେବେ କୌଣସି କାରଣରୁ ଏଥିରେ ବିଫଳ ହୋଇ ଡକାୟତମାନେ ଫେରାର ହୋଇଯାଇଥିଲେ ।

ରେଢ଼ାଖୋଲ କଦଳିଗଡ଼ ୟୁନିୟନ ବ୍ୟାଙ୍କରେ ଡକାୟତି ଉଦ୍ୟମ ଫେଲ !
ସେପଟେ ଘଟଣା ବିଷୟରେ ଖବର ପାଇ ରେଢାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି ଜିନିଷପତ୍ର ଅଥବା ଟଙ୍କା ଡକାୟତି ହୋଇନଥିବା ଜଣାପଡିଛି। ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ଡକାୟତଙ୍କୁ ଧରିବାର ଉଦ୍ୟମ କରୁଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details