ଓଡିଶା

odisha

ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

By

Published : May 25, 2022, 5:58 PM IST

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ସମ୍ବଲପୁର ଯୁଜୁମୁରା ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ
ସମ୍ବଲପୁର ଯୁଜୁମୁରା ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ସମ୍ବଲପୁର : ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ବାଇକୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ହାଇଓ୍ଵା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଏଥିସହ ବାଇକ୍‌ଟି ରାସ୍ତା କଡ଼କୁ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୩ ଜଣ ଯାକ ଯୁବକ ପ୍ରାଣ ହରାଇଛନ୍ତି ।

ସମ୍ବଲପୁର ଯୁଜୁମୁରା ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ହାଇଓ୍ଵା ଚାଳକଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି । ଏହି ଘଟଣାରେ ଆହତ ହାଇଓ୍ଵା ଚାଳକଙ୍କ ହାତ ବନ୍ଧା ଯାଇଛି । ପୋଲିସ୍‌ ଦୁର୍ଘଟଣା ସମ୍ପର୍କରେ ଖବରପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ୩ ଯୁବକଙ୍କ ମୃତଦେହ ଜବତ କରିଥିଲା । ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ କରିବାକୁ ପୋଲିସ୍‌ ପ୍ରସ୍ତୁତ ହେଉଥିବା ବେଳେ ଏଯାଏଁ ସେମାନଙ୍କ ପରିଚୟ ମିଳି ପାରିନାହିଁ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details