ସମ୍ବଲପୁର: ଜିଲ୍ଲାର ବୁର୍ଲା ଓଭର ବ୍ରିଜ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା। ବୁଲବୁଲ ନାମକ ଏକ ଯାତ୍ରୀବାହୀ ବସ ବୁର୍ଲାକୁ ପ୍ରବେଶ କରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା ।
ଦୁର୍ଘଟଣାରେ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବସରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବୁର୍ଲା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।