ଓଡିଶା

odisha

ETV Bharat / state

ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ରେଢ଼ାଖୋଲ ଉପଖଣ୍ଡର କେତେକ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ଅଭିଯୋଗ ଆଣିଛି ବିଜେପି ଧାନରେ ଆଦ୍ରତା ନିୟମ ମୁତାବକ ଠିକ ଥିଲେ ମଧ୍ୟ କୁଇଣ୍ଟାଲ ପିଛା 6 କେଜି ଧାନ କଟନୀ ଛଟନି କରୁଥିବା ଅଭିଯୋଗ ହୋଇଛି l ଅଧିକ ପଢନ୍ତୁ

By

Published : Jan 6, 2023, 10:32 PM IST

ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ
ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ସମ୍ବଲପୁର: ରେଢାଖୋଲ ଉପଖଣ୍ଡରେ ଧାନକ୍ରୟରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ଆଣିଲା ବିଜେପି । ବର୍ତ୍ତମାନ ଖରିପ ଋତୁର ଧାନ ସଂଗ୍ରହ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କେତେକ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ଅଭିଯୋଗ ଆଣିଛି ବିଜେପି । ଏହାଦ୍ୱାରା ଦଲାଲମାନେ ମାଲାମାଲ ହେଉଥିବା ବେଳେ ଚାଷୀ ବ୍ୟାପକ ଆର୍ଥିକ କ୍ଷତି ସହୁଥିବା ବିଜେପି ଅଭିଯୋଗ ଆଣିଛି ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ବଂଶାଜାଲ ଏବଂ ତ୍ରିବନପୁର ମଣ୍ଡିରେ ଧାନକ୍ରୟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରିଛି ବିଜେପି । ଧାନରେ ଆଦ୍ରତା ନିୟମ ମୁତାବକ ଠିକ ଥିଲେ ମଧ୍ୟ କୁଇଣ୍ଟାଲ ପିଛା 6 କେଜି ଧାନ କଟନୀଛଟନି କରାଯାଉଥିବା ଅଭିଯୋଗ ହୋଇଛି l ଏହାସହ ଧାନ ବସ୍ତାର ଓଜନ 100 ଗ୍ରାମ ହୋଇଥିବା ବେଳେ ଏହା ବାବଦକୁ 700 ଗ୍ରାମ ଓଜନର ଧାନ କଟା ଯାଉଥିବାର ଅଭିଯୋଗ ଆଣିଛି ବିଜେପି । ଏତଦ ବ୍ୟତୀତ ଗାଡିଭଡା ବାବଦକୁ ମଧ୍ୟ ଯେତିକି ଟଙ୍କା ମିଳିବା କଥା ତାହାର ଅଧା ଦାମ ଦିଆ ଯାଉଥିବା ଚାଷୀ କହୁଥିବା ବିଜେପି ଅଭିଯୋଗ ଆଣିଛି । ଏନେଇ ଜିଲ୍ଲା ବିଜେପି ସ୍ଥାନୀୟ ସୋସାଇଟି ସେକ୍ରେଟାରୀ ଓ ଆରସିଏସ, ରେଢ଼ାଖୋଲଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିବା ବିଜେପି ଅଭିଯୋଗ ଆଣିଛି ।

ଏହିଭଳି ସ୍ଥିତି ଲାଗି ରହିଲେ ବିଜେପି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ ଜାରି ରଖିବ ବୋଲି BJP ଚେତାବନୀ ଦେଇଛି । ଅଭିଯୋଗକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, "ଏହିଭଳି ଅଭିଯୋଗ ଆମ ପାଖକୁ ଆସିଲେ,ଏହି ଘଟଣାର ତଦନ୍ତ କରଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।" ଏହି ଅଞ୍ଚଳରେ ଏହିଭଳି ସ୍ଥିତି ଜାରି ରହିଥିବାରୁ ଧାନ କୁଇଣ୍ଟାଲ ପିଛା 2040 ଟଙ୍କାର ନିର୍ଦ୍ଧାରିତ ମୂଲ୍ୟର ପରିବର୍ତ୍ତେ ଚାଷୀ 1800 ଟଙ୍କାରେ ଦଲାଲମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି l

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳାବାର ସୁଦ୍ଧା ରେଢ଼ାଖୋଲ ଉପଖଣ୍ଡରେ 4670 ଜଣ ଚାଷୀଙ୍କଠାରୁ 395016 ବସ୍ତା ଧାନ କିଣା ଯାଇଥିବା ବେଳେ 101 ଜଣ ଚାଷୀଙ୍କ 9909 ବସ୍ତା ଧାନ ଏବେବି ମିଲ୍‌କୁ ଯାଇନପାରି ମଣ୍ଡିରେ ପଡି ରହିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details