ସମ୍ବଲପୁର: ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ସମ୍ବଲପୁରର ଚାଷୀ । ଚଳିତ ବର୍ଷ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଟୋକନ ଵ୍ୟଵସ୍ଥାର ପ୍ରଚଳନ ଆରମ୍ଭ କରିଥିଲେ । ତେବେ ଟୋକନ ବ୍ୟବସ୍ଥାର ସବୁ ନିଷ୍ପତ୍ତି ଜିଲ୍ଲାସ୍ତରରେ ନହୋଇ ରାଜ୍ୟସ୍ତରରେ ନିଆଯାଇଥିଲା । ଏନେଇ ଚାଷୀ ଅସନ୍ତୋଷ ଦେଖା ଯାଇଥିଲା ।
ଏହି ଟୋକନ ଵ୍ୟଵସ୍ଥା ଦ୍ବାରା ଚାଷୀମାନେ ଠିକ ସମୟରେ ଉତ୍ପାଦିତ ଫସଲ ବିକ୍ରି କରି ପାରିନଥିଲେ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ କରିଥିଲେ । ଏବେ ମଧ୍ୟ ଜିଲ୍ଲାର 30 ପ୍ରତିଶତ ଉତ୍ପାଦିତ ଧାନ ବିକ୍ରି ହୋଇନଥିବା ଚାଷୀ କହିଛନ୍ତି ।