ସମ୍ବଲପୁର: ଆଗାମୀ ଦିନରେ ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ ଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନ ମହରମ ର ସମୁହ ଶୋଭାଯାତ୍ରା ଉପରେ ରୋକ ଲଗାଇଛି l ଲୋକେ ନିଜ ନିଜ ଅଞ୍ଚଳରେ ସ୍ଥାନୀୟ ଥାନା ରୁ ଅନୁମତି ନେଇ ଵିଧି ରକ୍ଷା ପୂର୍ବକ ମହରମ ପାଳନ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ ଶୁଣେଇ ଦେଇଛି l ଗତକାଲି ଗୁରୁବାର ଏନେଇ ଜିଲ୍ଲା ପ୍ରଶାସନ ଏକ ଶାନ୍ତି କମିଟି ବୈଠକ କରିଥିବା ବେଳେ ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସମ୍ବଲପୁର ଜିଲ୍ଲାପାଳ ଓ ଏସପି ସୂଚନା ଦେଇଥିଲେ l
ଏହାବି ପଢନ୍ତୁ- Religious Processions Banned: ଗୋଟିଏ ବର୍ଷ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ
ତେବେ ବର୍ତ୍ତମାନ ମଧ୍ୟ ଶାନ୍ତି ସମ୍ପୂର୍ଣ୍ଣ ରୂପେ ଫେରିନଥିବାର ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ଏସପି କହିଛନ୍ତି l ତେବେ ଆଗାମୀ ଗୋଟିଏ ବର୍ଷ ପାଇଁ ମୁଖ୍ୟତଃ ହନୁମାନ ଜୟନ୍ତୀ ଓ ମହରମ ପର୍ବର ସମୁହ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଥିବା ର ସମ୍ବଲପୁର ଏସପି ଓ ଜିଲ୍ଲାପାଳ କହିଛନ୍ତି l ତେବେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ କୁ ଶାନ୍ତି କମିଟି ରେ ଯୋଗ ଦେଇଥିବା ମୁସଲମାନ ସମ୍ପ୍ରଦାୟ ର ଅନେକ ଲୋକ ବିରୋଧ କରିଥିଲେ ଓ ଉଭୟ ପକ୍ଷର ଆପୋଷ ବୁଝାମଣା କରି ଶାନ୍ତିପୂର୍ଣ ଭାବେ ମହରମ ର ଶୋଭାଯାତ୍ରା କୁ ସମ୍ପୂର୍ଣ୍ଣ କରିବାର ଚେଷ୍ଟା ହେବା ଉଚିତ ବୋଲି କହିଥିଲେ l ତେବେ ଗତ ହନୁମାନ ଜୟନ୍ତୀ ହିଂସା ପାଇଁ ବର୍ତ୍ତମାନ ମଧ୍ୟ ଶାନ୍ତି ସମ୍ପୂର୍ଣ୍ଣ ଫେରି ନଥିବା ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ଏହି ପଦକ୍ଷେପ ନିଆଯାଇଥିବାର ସମ୍ବଲପୁର ଏସପି କହିଛନ୍ତି l