ଓଡିଶା

odisha

ETV Bharat / state

ନାମାଙ୍କନ ପତ୍ର ଦାଖଲ ପ୍ରକିୟା ପାଇଁ ଜିଲ୍ଲା ପ୍ରଶାସନ ସଜାଗ

ନାମାଙ୍କନ ପତ୍ର ଦାଖଲ ପ୍ରକିୟା ସମୟରେ ପ୍ରାର୍ଥୀ ଓ ତାଙ୍କର ଚାରି ଜଣ ସହଯୋଗୀ ଯାଇପାରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସେହିପରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୦୦ମିଟର ଦୂରତାରେ ବ୍ୟାରିକେଟ୍‌ର ବ୍ୟବସ୍ଥା କରାଯିଵା ସହ ବ୍ୟାପକ ପୋଲିସ ମୁତୟନ ହୋଇଛି ।

By

Published : Mar 28, 2019, 6:46 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ସ୍ତରରେ ପହଞ୍ଚିଯାଇଛି । ସୁରକ୍ଷା ଦୃଷ୍ଟିରୁ ଉଭୟ କାର୍ଯ୍ୟାଳୟର ୧୦୦ମିଟର ଦୂରତାରେ ବ୍ୟାରିକେଟ୍‌ର ବ୍ୟବସ୍ଥା କରାଯିଵା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ଜଣ ଲେଖାଏଁ ଆଇ ଆଇ ସି, ୩ଜଣ ଲେଖାଏଁ ସବ୍‌ ଇନିସ୍‌ପେକ୍ଟର , ୪ଜଣ ଲେଖାଏଁ ଏ ଏସ ଆଇ ଓ ଗୋଟିଏ ପ୍ଲାଟୁନ ଲେଖାଏଁ ଫୋର୍ସ ମୁତୟନ ଅଛନ୍ତି । ତେବେ ନିର୍ବାଚନ କମିଶନରଙ୍କ ଗାଇଡ୍‌ଲାଇନ୍ ମୁତାବକ୧୦୦ ମିଟର ଦୂରତା ମଧ୍ୟକୁକେବଳପ୍ରାର୍ଥୀ ଓ ତାଙ୍କର ଚାରି ଜଣ ସହଯୋଗୀ ଯାଇପାରିବେ ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ABOUT THE AUTHOR

...view details