ଓଡିଶା

odisha

ETV Bharat / state

ମା' ସମଲେଇଙ୍କ ଦର୍ଶନ କରି ନାମାଙ୍କନ ଦାଖଲ କଲେ ରାସେଶ୍ବରୀ

ମା' ସମଲେଶ୍ବରୀ ଓ ବଳିବନ୍ଧା ସୋମନାଥ ବାବା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସମ୍ବଲପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଧାନସଭା ବିଜେଡି ପ୍ରାର୍ଥୀ ରାସେଶ୍ବରୀ ପାଣିଗ୍ରାହୀ । ଲୋକସଭା ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Mar 29, 2019, 10:32 PM IST

ସମ୍ବଲପୁର: ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀନୀ ଡା ରାସେଶ୍ବରୀ ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ 2ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ପୂର୍ବତନ ସାଂସଦ ଶ୍ରୀମତୀ ପ୍ରମିଳା ବହିଦାର ଓ ଡା କବିର ଦାସ ପୁରୋହିତ ତାଙ୍କର ପ୍ରସ୍ତାବକ ହୋଇଥିଲେ। ଆଜି ରସେଶ୍ବରୀ ପାଣିଗ୍ରାହୀ ମା ସମଲେଶ୍ବରୀ ଓ ବଳିବନ୍ଧା ସୋମନାଥ ବାବା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ସହର ଦେଇ ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ନାମାଙ୍କନ ଦାଖଲ କରିବା ପରେ କହିଛନ୍ତି ଯେ, ଏଥର ବିକାଶ ମୁଖ୍ୟ ନିର୍ବାଚନୀ ମୁଦ୍ଦା ହେବ। ସମ୍ବଲପୁରରେ ଚାଲିଥିବା ବିକାଶ ଧାରା ବଜାୟ ରହିବ ସହ ସମ୍ବଲପୁର ଏକ ସ୍ମାର୍ଟ ସିଟି ହେବ ବୋଲି ରାସେଶ୍ବରୀ କହିଛନ୍ତି। ଏହାସହ ଆଗାମୀ ଦିନରେ ସମ୍ବଲପୁରକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ାଯାଇ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅଣାଯିବ ବୋଲି ସେ କହିଛନ୍ତି।

ସମ୍ବଲପୁରର ଲୋକେ ଏଥର ବିକାଶକୁ ଆଧାର କରି ଭୋଟ ଦେଇ ଉପଯୁକ୍ତ ବ୍ୟକ୍ତିଙ୍କୁ ବିଜୟୀ କରାଇବେ ବୋଲି ସେ କହିଛନ୍ତି। ରାସେଶ୍ୱରୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।

ସମ୍ବଲପୁରରୁ ଯୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details