ସମ୍ବଲପୁର: ଆରପାରିରେ ଜିଲ୍ଲାର ବିଶିଷ୍ଟ ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସନାତନ ବିଶି । ତାଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ।
ସେ କହିଛନ୍ତି ସ୍ବର୍ଗତ ବିଶି ଜଣେ ନିର୍ଭୀକ, ସରଳ ଓ ନିଷ୍ଠାପର ରାଜନୀତିଜ୍ଞ ଥିଲେ । ସେ 2 ଥର ବିଧାୟକ ଓ ଗୋଟିଏ ଥର ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ଏଥିସହ ସେ ଗୋଟିଏ ଥର ପାଇଁ ରାଜ୍ୟସଭା ପାଇଁ ମନୋନୀତ ମଧ୍ୟ ହୋଇଥିଲେ ।